STORYMIRROR

Chittaranjan Nanda

Inspirational Others

4  

Chittaranjan Nanda

Inspirational Others

ନୂଆ ବରଷର ନୂତନ ଅରୁଣ

ନୂଆ ବରଷର ନୂତନ ଅରୁଣ

1 min
238

ସବୁଜ ଧରଣୀ ମାଧୁର୍ଯ୍ୟରେ ଭରା 

ସୃଷ୍ଟିଧାରା ଗାଏ ମଙ୍ଗଳର ଗୀତିନାମା

ପ୍ରକୃତି ଅଟେ ଶାନ୍ତିମୟ ଓ ତାର ସୃଜନୀ 

ମଙ୍ଗଳମୟ, ଅଟେ ବିରଳ ତାର ଉପମା ।


ଆସ ହେ ନୂଆ ବରଷ, ଆସ, 

ନୂଆ ଆନନ୍ଦର ଢେଉ ନେଇ

ଆଶା ମନରେ ଭରିଛି କଷଣ 

ଯାତନା ଯେ ଯିବ ଦୂର ହୋଇ ।


ସଜ ସକାଳର ଖିଲି ଖିଲି ହସେ 

ଫୁଲ ଫଳେ କ୍ଷେତ ଭରି ଉଠିବ

କୋଟି କ୍ରନ୍ଦନର ଉହାଡ ଫାଙ୍କରୁ 

ଚାଷୀର ମନରେ ହସ ଫୁଟାଇବ ।


ଜ୍ଞାନ ବିଜ୍ଞାନରେ ଏ ମଣିଷ ଜାତି, 

ବିଶ୍ୱରେ ଆହୁରି ହୋଇବ ଶ୍ରେଷ୍ଠ

ରୋଗ ବ଼ୈରାଗର ସବୁ ଉପାଦାନ 

ବାହାରି ଦୂର ହେବ ସବୁ ବ୍ୟଥା କଷ୍ଟ ।


ପ୍ରୀତି ଫଗୁଣର କୋକିଳର ମଧୁତାନ 

ଭାଷା ମଣିଷ ପ୍ରାଣରେ ଭରି ଦେଇ

ଅତୀତ ପୃଷ୍ଠାର ବ୍ୟଥା ବେଦନାକୁ 

ଦୂର କରି, ହୃଦୟୁ ତା ଦେବ ଲିଭାଇ ।


ଶ୍ରମିକ କୃଷକ ଏକତା ପୁଂଜିବାଦ ଧ୍ୱଂସ 

କରି ପୁଣି ଉଡାଇବ ତାର ବିଜୟ ଧ୍ୱଜା

ସୁଖରେ ଶାନ୍ତିରେ ବିତାଇବେ ଜୀବନ,

ଦୁନିଆର ଯେତେକ ଶ୍ରମଜିବୀ ପ୍ରଜା ।


ନୂଆ ସକାଳର ନୂତନ ଅରୁଣ ଆସୁଛି 

ନୂତନ ଖୁସିର ଶୁଭ ବାରତା ନେଇ  

ହେ ମଣିଷ ସମାଜ ଜାଗ ଦେଶର 2022

କୁ ସ୍ୱାଗତ କରିବା ସର୍ବେ ଏକତ୍ର ହୋଇ ।


Rate this content
Log in

Similar oriya poem from Inspirational