STORYMIRROR

ବି. ନିରୁପମା

Inspirational

3  

ବି. ନିରୁପମା

Inspirational

ଗଣେଶ ମୋହର ପୂଜିବ ଶିବ

ଗଣେଶ ମୋହର ପୂଜିବ ଶିବ

1 min
123

ଗଣେଶ ମୋହର ପୂଜିବ ଶିବ 

ଆଗ ଠାରୁ ବେଶୀ ବୁଦ୍ଧିଆ ହେବ ।

କଲେ ନିତି ଯୋଗ ଧ୍ୟାନ...

ଶରୀର ଓ ମନ ସୁସ୍ଥ ହେବା ସହ

ବଢ଼ିବ ଅମାପ ଜ୍ଞାନ ।


ଥୁକୁଲୁ ଥାକୁଲୁ ଚେହେରା ତୋର 

ଧରିନେଲେ କୋଳ ପୂରଇ ମୋର ।

ଗଣପତି ଗଜାନନ...

ଆଉ କା' ନଜର ପଡ଼ିଯିବ ଭାଳି

ଅଥୟ ହୁଅଇ ମନ ।


ଏ ଶିବଲିଙ୍ଗକୁ ପୂଜିଲେ ନିତି 

କୁଶଳରେ ଦିନ ଯିବ ତୋ ବିତି ।

ଚଗଲାମି ଯିବ କମି...

ବିଦ୍ୟା ଆହରଣ-ବିତରଣ କରି

ବୋଲାଇବୁ ମହାଜ୍ଞାନୀ ।


କେତେ ଯୋଗୀ ୠଷି ଶିବଙ୍କୁ ପୂଜି 

ମହାନନ୍ଦେ ଛନ୍ତି ସଂସାରେ ଆଜି ।

ଅରଜି ଅଛନ୍ତି ଯଶ...

ଲୋଭ ମୋହ ମାୟା ସଂସାର ଯାତନା

ନ ମାଡ଼ଇ ତାଙ୍କ ପାଶ ।


ବହୁ ବାଧା ବିଘ୍ନ ସହିରେ ବାପ 

ଶିବଙ୍କୁ ପାଇଛି କରି ମୁଁ ତପ ।

ଯୋଗୀଙ୍କର ସିଏ ଯୋଗୀ...

ସକଳ ଐଶ୍ୱର୍ଯ୍ୟ ତ୍ୟାଗ କରିଛନ୍ତି

ଜଗତ କଲ୍ୟାଣ ଲାଗି ।



Rate this content
Log in

Similar oriya poem from Inspirational