STORYMIRROR

ସୁରେନ୍ଦ୍ର ମିଶ୍ର

Inspirational

3  

ସୁରେନ୍ଦ୍ର ମିଶ୍ର

Inspirational

ଯବାନ

ଯବାନ

1 min
149

ଜାଗହେ ନବୀନ ଭାରତର ସନ୍ତାନ

     ଆସିଛି ଶୁଭ ଲଗନ

ମୁକ୍ତ ଭାରତର ଅଗଷ୍ଟ ପନ୍ଦର 

   ଆଜି ଅଟେ ପରା ଜନ୍ମ ଦିନ,

ଜୟ ତୁମେ ମହାନ ଆତ୍ମା

   ମନେ ପଡେ ଆଜି ସେହି ବୀର ପୁରୁଷଙ୍କ 

ଅପୂର୍ବ ଗୌରବର ଗାଥା,

  କେତେ କାରାବରଣ,କେତେ କଷ୍ଟ ସହି 

ଦେଇଥିଲେ ଚିର ଦିନ ପାଇଁ ସ୍ୱାଧୀନତା,

   ତାଙ୍କ ପ୍ରାଣ ପ୍ରତିଦାନ ଦେଇଥଲେ 

ଆମକୁ ପରାଧୀନତା ରୁ କରିଥିଲେ ମୁକ୍ତି

  ଅହିଂସାକୁ ବ୍ରହ୍ମା ଅସ୍ତ୍ର କରି କରିଥିଲେ ଶାନ୍ତିର ଚୁକ୍ତି,

ଅହିଂସାକୁ ବ୍ରହ୍ମା ଅସ୍ତ୍ର କରି

    ଇଂରେଜ ମାନଙ୍କର କରିଲେ ଶିର ଚ୍ଛେଦ,

ବନ୍ଧୁକ ଗୁଲିକୁ ଛାତି ପତେଇ 

   ଦେଖେଇ ଦେଲେ ବୀରତ୍ବର ତେଜ,

  କାଳ କାଳ ଯଶ ରଖିବ ତୁମ ଭାରତ ମାତା

କୋଟି କୋଟି ପ୍ରଣାମ ତୁମକୁ ମହାନ ଆତ୍ମା

   ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତ 

ମୋର ଗୁରୁଜନ,ଭାଇ, ଭଉଣୀ ଏବଂ ବନ୍ଧୁ ମାନକୁ

   ହାର୍ଦ୍ଧିକ ଅଭିନନ୍ଦନ

ଜୟ ହିନ୍ଦ, ଜୟ ଭାରତ ମାତା ।             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational