Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁରେନ୍ଦ୍ର ମିଶ୍ର

Inspirational

3  

ସୁରେନ୍ଦ୍ର ମିଶ୍ର

Inspirational

ମାଁ

ମାଁ

1 min
166



 ମା ଏକ ନିବିଡ଼ତା ର ଆବେଗ

ମା ପୁଣି ସ୍ନେହ,ଆଦର ଆଉ ସୁରକ୍ଷାର ବଳୟ,

ମା ତୋରି ମମତା ତୋରି ସ୍ନେହ ସ୍ୱର୍ଗ ସମାନ

କୋଟି ପ୍ରଣାମ କରି ଦେଉଛି ମୋ ଅଜସ୍ର ସମ୍ମାନ ।

ତୋ ଆଦର୍ଶ ର ଶିକ୍ଷା ରେ 

ସଂସ୍କାର ପାଇଛି ତୋ ଠାରୁ ଶିଖିଛି ,

ପ୍ରଥମ ଶବ୍ଦ ସେ ହେଉଛି ମା ମୋ ମା ।

ତୋ ବିନା ଅନ୍ଧାର ଏ ବିଶାଳ ଜଗତ 

ତୋ ବିନା ନାହିଁ ମୋ ଅସ୍ତିତ୍ୱ,

ତୁ ମୋ ସବୁରି ଭାଷା ର ଏକା ସାହା ଭରଷା ।

ଯେଉଁ ଶବ୍ଦ ର ଆକାର ଆଉ ବିକାର ନାହିଁ  

ସମସ୍ତ ଶବ୍ଦ ଆଉ ସମ୍ପର୍କ ରୁ

ଶୀର୍ଷ ରେ ସେ ହେଉଛି 'ମା ,

ମା ବୋଲି ଡାକିଦେଲେ

ପ୍ରତିଧ୍ୱନି ଖେଳିଯାଏ ମାଟିରୁ ଆକାଶ ଯାଏ,

ମାତ୍ର ସେ ଥାଏ ମୋ ଚେତନା ରେ

ସେ ଥାଏ ମୋ ବେଦନା ରେ,

ପୁଣି ସେ ଥାଏ ମୋ ପ୍ରାର୍ଥନା ରେ 

ମୋ ସମଗ୍ର ସତ୍ତା କୁ ଆଲୋକିତ କରି ,

ପୃଷ୍ଠ ଭାଗରେ ଠିଆ ହୋଇଥିବା ଦେବୀ ଟିଏ 

ତୋ କୋଳ ଛାଡିବା ପରେ ହିଁ 

ଦେଖିଛି ଏହି ସତ ଆଉ ମିଛ ଦୁନିଆ କୁ ,

ତୋ ହାତ ଛାଡିବା ପରେ ହିଁ ଜାଣିଛି

ହସ ଲୁହ ର ଏ ବିଶାଳ ସଂସାର କୁ ,

ତୋ କାନି ଧରିବା ପରେ ହିଁ ଜାଣିଛି 

କେତେ ମହତ୍ୱ ଯେ ସେ ପଣତ ର,

ତୋ ପାଦ ଛୁଇଁବା ପରେ ହିଁ 

ଲାଗିଛି ଚଳନ୍ତି ଠାକୁର ମୋର ।

               


Rate this content
Log in

Similar oriya poem from Inspirational