STORYMIRROR

ସୁରେନ୍ଦ୍ର ମିଶ୍ର

Inspirational

3  

ସୁରେନ୍ଦ୍ର ମିଶ୍ର

Inspirational

ବାପା

ବାପା

1 min
210

ଟଙ୍କା ପଇସାରେ ସବୁ ତ ମିଳିବ

    ମିଳିବେନି ବାପା ମା ,

ସେଥିପାଇଁ ପରା ସାରା ଦୁନିଆରେ

    ସବୁଠି ତାଙ୍କରି ନାଁ।

ଭାଇ ବନ୍ଧୁ ମୋର ଯେତେ ଗୁରୁଜନ

    ସଭିଙ୍କୁ ମୋର ନିବେଦନ

ବାପା ମା' ଙ୍କ ପାଇଁ ସବୁଠାରେ ଉଚ୍ଚ

     ରଖିବା ତାଙ୍କରି ସ୍ଥାନ।

ବାପା ତୁମ ଅବର୍ଣ୍ଣନୀୟ ତୁମେ

ମୋ ପାଇଁ ଚଳନ୍ତି ଠାକୁର ,

ଆକାଶ ଠୁ ବଡ଼ ହୃଦୟ ତୁମର

    ସାଗର ଠୁ ବି ଅତି

    ଗଭୀର ତୁମ ମନ ,

ବଜ୍ର ଠୁ ବି ଶକ୍ତ ଦୃଢ଼ ବିଶ୍ଵାସରେ

    ପରିପୂର୍ଣ୍ଣ ତୁମ ମନ,

ସ୍ଵାଭିମାନରେ ତୁମେ ଅଟଳ

   ବରଫ ପରି ଶୀତଳ

    ତୁମରି କଣ୍ଠ ସ୍ଵର,

ତ୍ୟାଗ ନିଷ୍ଠା କର୍ତ୍ତବ୍ୟରେ ତୁମେ 

     ଜ୍ୱଳନ୍ତ ଉଦାହରଣ ।

         

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational