STORYMIRROR

ସୁରେନ୍ଦ୍ର ମିଶ୍ର

Others

4  

ସୁରେନ୍ଦ୍ର ମିଶ୍ର

Others

ସ୍ୱାଧୀନତା ଦିବସ

ସ୍ୱାଧୀନତା ଦିବସ

1 min
332


ସ୍ଵାଧୀନ ଦେଶର ସନ୍ତାନ ଆମେ

ସ୍ବାଧୀନତାର ମୂଲ୍ୟ ବୁଝିବା

ସ୍ୱାଧୀନତା ଦିବସ ଖୁସିରେ ପାଳି

ଭାରତ ମାତାର ଯଶ ଗାଇବା।


ଜାତୀୟ ପତାକା ହାତରେ ଧରି

ଜନଗଣ ମନ ସଭିଏଁ ଗାଇବା

ଭାରତ ଆମର ଶାନ୍ତିର ଦେଶ  

ସାରା ବିଶ୍ବକୁ ଜଣେଇ ଦେବା

ଜାଗ ହେ ନବୀନ ଭାରତର ସନ୍ତାନ

ଆସିଛି ଶୁଭ ଲଗନ ।


ମୁକ୍ତ ଭାରତର ଅଗଷ୍ଟ ପନ୍ଦର  

ଆଜି ଅଟେ ପରା ଜନ୍ମ ଦିନ,

ଜୟ ତୁମେ ମହାନ ଆତ୍ମା

ମନେ ପଡ଼େ ଆଜି ସେହି ବୀର ପୁରୁଷଙ୍କ 

ଅପୂର୍ବ ଗୌରବର ଗାଥା,

କେତେ କାରାବରଣ,କେତେ କଷ୍ଟ ସହି 

ଦେଇଥିଲେ ଚିର ଦିନ ପାଇଁ ସ୍ୱାଧୀନତା।


ତାଙ୍କ ପ୍ରାଣ ପ୍ରତିଦାନ ଦେଇଥିଲେ 

ଆମକୁ ପରାଧୀନତାରୁ କରିଥିଲେ ମୁକ୍ତ  

ଅହିଂସାକୁ ବ୍ରହ୍ମାସ୍ତ୍ର କରି କରିଥିଲେ ଶାନ୍ତିର ଚୁକ୍ତି,

ଅହିଂସାକୁ ବ୍ରହ୍ମାସ୍ତ୍ର କରି

ଇଂରେଜ ମାନଙ୍କର କରିଲେ ଶିରଚ୍ଛେଦ।


 ଶୁଣ ହେ ମୋର ଭଉଣୀ ଭାଇ

ଘରେ ରହି ରାଷ୍ଟ୍ର ଗୀତ ଗାନ କରିବା 

ଆମ ଦେଶର ବୀର ପୁତ୍ରଙ୍କ

ସଦା ବିଜୟର କାମନା କରିବା।


ଖୁସି ଆନନ୍ଦରେ ଭାରତମାତାର

ଜୟ ଧ୍ୱନି ବାର୍ତ୍ତା ଦେଇ

ଭାରତ ମାତାର ନାମ ଉଚ୍ଚା କରିବା

୭୬ତମ ସ୍ବାଧୀନତା ଦିବସକୁ ବିଦାୟ ଦେଇ

୭୭ତମ ସ୍ବାଧୀନତା ଦିବସକୁ ସ୍ବାଗତ ଜଣେଇବା ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍