Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁରେନ୍ଦ୍ର ମିଶ୍ର

Others

3  

ସୁରେନ୍ଦ୍ର ମିଶ୍ର

Others

ନୂଆ ବରଷ

ନୂଆ ବରଷ

1 min
121


ବିଦାୟ ନେଉଛି ପୁରୁଣା ବରଷ

କଟିଯାଉ କେତେ କୃତି,

ଛାତିର ହୃଦୟେ ରଖିଯାଇଅଛି

ଅତୀତର ଅଭୁଲା ସ୍ମୃତି,

ନୂଆ ନୂଆ ଲାଗେ ଆକାଶ ପୃଥିବୀ 

ପୁରୁଣା ଦିନକୁ ଝୁରିବି ,

ହସ ଖୁସିରେ ସମସ୍ତଙ୍କ ସାଥେ ଖୁସି ବାଣ୍ଟୁଥିବି,

ନୂଆ ନୂଆ ଲାଗେ ଦଶ ଦିଗ ଆଜି 

ଖୁସି ଭରା ଏଇ ମନ,

ମାଟିର ମଣିଷ ସମସ୍ତେ ଓଡ଼ିଆ

ଜାତିର ରଖିବା ମାନ,

କ୍ଷୀରି, ପୁରୀ, ପୀଠାରେ ଗାଁ ମୋର

ହସ ଖୁସିରେ ଭାସୁଛି ,

ନୂଆ ବରଷ ଖୁସିରେ ପୁଣିଥରେ ଫେରୁଛି,

ନୂଆ ବରଷ ଆସୁଛି

ଅମଳ ଧାନକୁ ଦେଖି ବାପା,ଭାଇ 

ଗାଁ ସାରା ଲୋକେ ନାଚ,ଗୀତରେ 

ଉଠୁଛି ପଡୁଛି,ନୂଆ ବରଷ ଆସୁଛି ।


Rate this content
Log in