STORYMIRROR

ସୁରେନ୍ଦ୍ର ମିଶ୍ର

Inspirational

3  

ସୁରେନ୍ଦ୍ର ମିଶ୍ର

Inspirational

ବାପା

ବାପା

1 min
118


ତୁମେ ବାପା ଅବର୍ଣ୍ଣନୀୟ 

ତୁମେ ମୋ ପାଇଁ ଚାଲନ୍ତି ଠାକୁର,

ଆକାଶ ଠୁ ବଡ ତୁମରି ହୃଦୟ 

ସାଗରଠୁ ବି ବେଶୀ ଗଭୀର ତୁମ ମନ,

ବଜ୍ର ଠାରୁ ମଧ୍ୟ ଶକ୍ତ ଧୃଢ଼ ବିଶ୍ୱାସ ରେ ପରିପୂର୍ଣ୍ଣ 

ସ୍ଵାଭିମାନ ରେ ତୁମେ ଅଟଳ,

ଶୀତଳ ତୁମ କଣ୍ଠ ସ୍ବର ତ୍ୟାଗ, ନିଷ୍ଠା 

ଏବଂ କର୍ତ୍ତବ୍ୟରେ ତୁମେ ଜ୍ୱଳନ୍ତ ଉଦାହରଣ,

ନିଜ ସମସ୍ତ ଦୁଃଖ,କଷ୍ଟକୁ ସହି ନିଜ 

ସନ୍ତାନ ଉପରେ ଢାଳି ଦିଏ ସୁଖର ଭଣ୍ଡାର,

ହେ ମୋ ଚଲନ୍ତି ଠାକୁର ତୁମ

 ପାଦେ ମୋର କୋଟି ନମସ୍କାର,

ଆବଶ୍ୟକ ଆମ ପୂରଣ କରିଛ

ମାଗିବା ଆଗରୁ ସବୁ ଆଣି ଦେଇଛ ,

ଭୁଲ କଲେ ବାଟ ଦେଖାଇ 

ଅନ୍ଧାରର ରୁ ଆଲୁଅ କୁ ଆଣିଛ ଟାଣି,

ଉଚିତ୍ ଶିକ୍ଷା ଆମକୁ ଦେଇ 

ସ୍ନେହ, ପ୍ରେମ ରେ ବାନ୍ଧି ରଖିଛ ଜାବୁଡ଼ି,

ତୁମେ ମୋ ପାଇଁ ବାପା 

କୋଟି ବିଶ୍ଵ ବ୍ରହ୍ମାଣ୍ଡ ଠାକୁର

ତୁମ ପାଦେ ମୋର କୋଟି ନମସ୍କାର ।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational