STORYMIRROR

Jagannath Das

Inspirational

3  

Jagannath Das

Inspirational

ଜାନୁଆରୀ -ଛବିଶ

ଜାନୁଆରୀ -ଛବିଶ

1 min
165


ଆଜି ଜାନୁଆରୀଛବିଶ ଆସିଛି

ଆମ ବିଜୟ ଅତୀତ ଶୁଣାଉଛି ପଦ


ଆମେ ନବ ଭାରତର ସନ୍ତାନ

ଆଜି ପ୍ରଣୟନ ଆମ ସମ୍ବିଧାନ l


ଚାଲେ ଦେଶେ ଗଣତନ୍ତ୍ର ଶାସନ

କେତେ ବି ହେଲେ ସହୀଦ୍ ଜବାନ

ଏ ପତାକା ସବୁ ଜଣାଉଛି l୧


ଯେମାନେ ଆଣିଲେ ସ୍ବାଧିନତା

ସେମାନେ ଆମର ଅପରାଜିତା


ସେମାନଂକୁ ଦେବା ଶ୍ରଦ୍ଧାଞଳି

ଆମ ପାଇଁ ଦେଲେ ପ୍ରାଣ ବଳୀ

ଆଜି ଗଣତନ୍ତ୍ର ସବୁ ଚେତାଉଛି l୨


ସ୍ତବଗାନ ଆଜି ନୁହେଁରେ ତୁଚ୍ଛା

ସହିଦ ହୋଇଛନ୍ତି ବଛାବଛା


ଏହି କଥା କେତେ କବି ଲେଖକର

ଲେଖାହୋଇଅଛି କେତେ କିତାବର

ଇତିହାସ ଗାଉ ଅଛି l୩


ସବୁ ଜାତି ସବୁ ଧର୍ମର ଯେତେ

ଧନ୍ୟ ହେ ଆଜି ଧନ୍ୟ ଜଗତେ


ଗାଅ ଆଜିସବୁ ଗଣତନ୍ତ୍ର ଜୟ

ମଥା ଅବନତ କରି ଭାରତିୟ

ସହୀଦ ତ ଦେଖୁଅଛି l



Rate this content
Log in

Similar oriya poem from Inspirational