Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmayee Panda

Inspirational

3  

Jyotirmayee Panda

Inspirational

ଗଣତନ୍ତ୍ର ଦିବସ

ଗଣତନ୍ତ୍ର ଦିବସ

1 min
208


ଗଣ ହେଉଚି ଲୋକ ଏବଂ ତନ୍ତ୍ର ଯେ ଶାସନ

ଲୋକମାନଙ୍କ ପାଇଁ  ଲୋକମାନଙ୍କ ଦ୍ୱାରା 

ଚଳିବାକୁ ଶାସନ ନାମ ତା ହେଲା ଗଣତନ୍ତ୍ର 

ଯେଉଁଦିନ ହୋଇଲା ପ୍ରକୃତରେ ଏଇ ଦେଶ ସ୍ଵାଧୀନ ।


ଏବେ ଆତଙ୍କବାଦ ଏବଂ ଯୁଦ୍ଧ ମଧ୍ୟରେ

ଆମେ କରୁନାହୁଁ ଭୟଙ୍କର ଜୀବନଯାପନ 

ନାହିଁ କାହାପାଇଁ ଅଚାନକ ଲାଠିର ପ୍ରହାର 

ମହାନ ମହାତ୍ମା ସ୍ୱପ୍ନ ନୁହେଁ ତ ଏହା କଣ?


ଆଜି ଦେଉଚେ ଆମେ ନିଜର ଟ୍ୟାକ୍ସ 

ହେଉଅଛେ ବହୁତ ସାହସୀ ଆଉ ବୁଦ୍ଧିମାନ 

ଗଣତନ୍ତ୍ର ଦିବସ ପାଳନ କରିବାକୁ ନେଇ 

ଆମେ ଭାରତୀୟମାନେ ଚଢ଼ୁଚେ ଏବେ ଗର୍ବର ସୋପାନ |


ଆମେ ସୀମାରେ ଥିବା ସୈନିକମାନଙ୍କ ଦ୍ୱାରା ସୁରକ୍ଷିତ

ଯେଉଁମାନେ କେବେ ବି ଗତି କରନ୍ତି ନାହିଁ 

ହେଲେ ଆମର ଗତି ସିନେମାର ହିରୋଙ୍କ ପାଇଁ 

ବାସ୍ତବ ଜୀବନର ହିରୋମାନଙ୍କ ପାଇଁ ଆମର ଟିକେ ବି ଚିନ୍ତା ନାହିଁ ।


ଏହି ଦିବସରେ ଆମ ସମ୍ବିଧାନ ପ୍ରଣୟନ ହେଇଥିଲା ।

 ଧାରା ଆଉ ଅନୁଛେଦ ମାନ ଏଥିରେ ଯେ ଲିଖିତ ରହିଲା ।

 ସମସ୍ତଙ୍କୁ ନ୍ୟାୟ ସମାନ ମିଳିବ  ଯାହା ମାନିବାଟା ବାଧ୍ୟ ଥିଲା ।

ସେହି ଲେଖା ଏବେ ପେଡ଼ିରେ ପଶିଲା ଅନୀତି ବଢ଼ି ଚାଲିଲା ।


ଏହି ଦିବସରେ ଦକ୍ଷ ପୋଲିସ୍ ଓ ବିଜ୍ଞ ଅଫିସର ଯେତେ 

ପୁରସ୍କୃତ ହେଇ ସମ୍ମାନ ପାଆନ୍ତି ଦେଖୁଥାନ୍ତି ସମସ୍ତେ ।

ଘର  ଅଫିସଠୁ ବିଦ୍ୟାଳୟ ଯାଏଁ ପତାକା ଆମର ଉଡ଼େ

ଫର ଫର ସେଇ ପତାକା ଶବଦେ ସମ୍ମାନ ଆମର ବଢେ ।


ଏହି ଦିବସରେ ନୂତନତ୍ୱକୁ ସ୍ପର୍ଶ କରିବାକୁ ଆମେ ଇଚ୍ଛା ରଖିବା ।

ଆମ ବଡ଼ଠାକୁରଙ୍କ ପାଦସ୍ପର୍ଶ କରି ଆମେ ଏତିକି ଶପଥ ନେବା । 

ନିଜ ଦେଶ ଏବଂ ମାତୃଭୂମି ପାଇଁ ଆମେ ସର୍ବଦା ଚିନ୍ତା କରିବା ।

ଜୀବନ ଦେବାରେ କୁଣ୍ଠା ନ ଦେଖେଇ ଦେଶର ଟେକ ରଖିବା ।



Rate this content
Log in

Similar oriya poem from Inspirational