STORYMIRROR

Jyotirmayee Panda

Abstract Classics Inspirational

3  

Jyotirmayee Panda

Abstract Classics Inspirational

ଭକ୍ତି ରଙ୍ଗ

ଭକ୍ତି ରଙ୍ଗ

1 min
126

ମୁକୁନ୍ଦ ରଙ୍ଗରେ ରଙ୍ଗୀନ ଏ କୁଞ୍ଜବନ

ପ୍ରେମ ରଙ୍ଗରେ ରଙ୍ଗୀନ ଅଛନ୍ତି ରାଧା 

ଭକ୍ତି ରଙ୍ଗରେ ବୁଡି ହଜନ୍ତି ମୀରାବାଈ

ଆଉ ବନ୍ଧୁ ରଙ୍ଗ ପାଇଁ ସୁଦାମାର ଖୁଦଭଜା ।


ତୁ ବି ରଙ୍ଗୀନ ହେଇଯା ,ରେ ତୁଚ୍ଛ ଜୀବନ 

ରହି ନ ଯାଉ କିଛି ଅଧୁରା ଅଧା 

ମୁଁ ରଙ୍ଗରେ ତୋ ରଙ୍ଗୀନ ହେଇଯିବି 

ତୁ ବି ମତେ ରଙ୍ଗେଇ ଦେଇ ଯା ।



ଭେଦକୁ ଭୁଲିଯା , ଆଉ ଭୁଲିଯା ସେ ପ୍ରଶ୍ନକୁ 

ଯାହା ତତେ ମୋଠୁ ଅଲଗା କରେ 

ଗୋଟେ ମୁଠା ରଙ୍ଗ, ମିଟେଇ ଦେବ ମନର ସବୁ ଦାଗ 

ରଙ୍ଗ ଲଗା ଗୋଲାପି ପ୍ରେମର , ଯାହା କେବେ ନଛାଡେ ।



କିଛି ରଙ୍ଗ ନୀଳ, ସାହସ ପାଇଁ ନେଇ ଯା 

କିଛି ରଙ୍ଗ ଲାଲି , ଓଠର ହସ ପାଇଁ ସଜା

ହଳଦୀ ରଙ୍ଗକୁ ସମୃଦ୍ଧି ଏବଂ ବିଶ୍ଵାସ ପାଇଁ ରଖିଥା

ମିଶା ରଙ୍ଗ ଧଳା ଶାନ୍ତି ଏବଂ ଜ୍ଞାନ ପାଇଁକା ।



ରଙ୍ଗ ବେରଙ୍ଗର ହୋଲି ଦେଖାଯାଏ ଯେମିତି 

ସେମିତି ଏଇ ଜୀବନଟା ହେଇଯା 

ସେ ରଙ୍ଗ କଣ ଯାହା ପାଣିରେ ଧୋଇ ଯାଏ 

ପ୍ରକୃତ ରଙ୍ଗ ତ କେବଳ ଶରୀର ନୁହେଁ , ବରଂ ଆତ୍ମାରେ ଥାଏ । 



ସେଇ ଆତ୍ମାର ରଙ୍ଗକୁ ଲଗେଇ ଦେଇ ଯା 

ହରି ହରି ଜପକୁ ଆତ୍ମାରେ ବସେଇ ଦେଇ ଯା 

ସେଇ ଭକ୍ତି ରଙ୍ଗକୁ ବିଛେଇ ଦେଇ ଯା , ରେ ଜୀବନ 

ସେଇ ହରି ରଙ୍ଗକୁ ହୃଦୟେ ଲଗେଇ ଦେଇ ଯା । 




Rate this content
Log in

Similar oriya poem from Abstract