STORYMIRROR

Jyotirmayee Panda

Drama Romance Tragedy

3  

Jyotirmayee Panda

Drama Romance Tragedy

କୋଉଠି ହଜିଲା ପ୍ରେମ

କୋଉଠି ହଜିଲା ପ୍ରେମ

1 min
218

ବାହାନା ଖୋଜେ ସବୁବେଳେ 

କଥା ହେବାପାଇଁ ତୁମ ସହିତ 

ହେଲେ ଜଣାନାହିଁ ତୁମେ କାହିଁକି

ମୋଠୁ ଦୂରରେ ରହିବାକୁ ଚାହୁଁଛ ।


ମୋର କିଛି ଦୋଷ ରହି ଯାଉଛି 

ମୋ ଦ୍ଵାରା କିଛି ଭୁଲ୍ ହେଇଯାଇଛି

ନା ନିଜ ଦୋଷକୁ ତୁମେ 

ଏମିତି ଭାବେ ଘୋଡାଉଛ।


ତୁମ ଆଖିରେ ମତେ 

ତୁମ ହୃଦୟର ସ୍ଥିତି ଦେଖାଯାଉଛି 

ତୁମେ ବି ଠିକ୍ ମୋ ପରି

ମତେ ତଡ଼ପୁ ଥିବାର ଦେଖାଯାଉଛ ।


ତୁମେ ମୋ ପାଇଁ ସେଇ ଚାନ୍ଦ 

ଯାହାକୁ ମୁଁ କେବେ ପାଇବାର କଳ୍ପନା ତ କରିନି

ହେଲେ ହଁ ଗୋଟେ ବି ମୁହୂର୍ତ୍ତ ନ ଦେଖିକି 

ରହିବାର ସୁଯୋଗକୁ ହାତଛଡା କରିବାର ଇଚ୍ଛା ମଧ୍ୟ ମୁଁ କରିପାରୁନି । 


ତୁମକୁ ଦୂରରୁ ଚାହିଁବା , ତୁମ ସ୍ମୃତିକୁ ମନେମନେ ଭାବିିବା 

ଏ ସବୁକିଛି ସ୍ବୀକାର ଅଛି ମତେ 

ମୋର ଏଇ ସଚ୍ଚା ଭଲ ପାଇବାକୁ 

ନେଇକି ଅଭିମାନ ଅଛି ମତେ ।


ତୁମକୁ ନିଜ ହୃଦୟରେ ଲୁଚେଇ ରଖିବି 

ମୋ କବିତାରେ ବସେଇକି ରଖିବି 

ଚାନ୍ଦ ପରି ତୁମେ ହେଲେ ତୁମର ଚାନ୍ଦିନୀ ନୁହେଁ 

ମୁଁ ନିଜକୁ ସେଇ ଚାନ୍ଦର ଶୀତଳତା ସ୍ପର୍ଶକୁ ହାଲୁକା ଭାବେ ପାଉଥିବା ମାଟି ବନେଇକି ରଖିବି।


ନା ମୋ ପ୍ରେମ ଏକତରଫା ଥିଲା 

ନା ଏ ସଂପର୍କ ଦୁନିଆକୁ ଅଛପା ଥିଲା 

ତଥାପି ତମେ ଅସ୍ବୀକାର କରି ଚାଲିଗଲ

ଯାହା କାହାକୁ ନହେଲେ ବି ଅନ୍ତତଃ ଆମର ଆରାଧ୍ୟଙ୍କୁ ଦିଶୁଥିଲା ।


ସେଇ ମନ୍ଦିର , ସେଇ ପ୍ରତିଶୃତି 

ସବୁକିଛି ସେମିତି ପୂର୍ବପରି ଅଛି 

ଏମିତିକି ସେଇ ସିଂହାସନ ଉପରେ ସେଇ ଚକାଡୋଳା ବି ବିରାଜିତ ଅଛନ୍ତି 

ନାହିଁ ତ କେବଳ ତୁମ ପ୍ରତିଶ୍ରୁତି ଆଉ ତୁମର ଅସ୍ତିତ୍ବ ।


ତଥାପି କୌଣସି ଆରୋପ ଦେଉନି 

ମୋତେ ଭୁଲି ତୁମେ ଖୁସିରେ ରୁହ 

ବାସ୍ ଏତିକି ଅନ୍ତରରୁ ଚାହୁଁଛି 

ଆଉ ତୁମକୁ ମୁଁ ଆଜି ବି ଅପେକ୍ଷା କରିଛି, ଏତିକି ହୃଦୟରୁ କହୁଛି।



Rate this content
Log in

Similar oriya poem from Drama