Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmayee Panda

Abstract Classics

4  

Jyotirmayee Panda

Abstract Classics

ରଙ୍ଗର ପର୍ବ ହୋଲି

ରଙ୍ଗର ପର୍ବ ହୋଲି

1 min
350


ବରଷକେ ଥରେ ଆସିଛି ହୋଲି

ଖୁସିର ଆସରା ମେଲି 

ହିଂସା, କ୍ରୋଧ, ରୋଷ ସବୁକୁ ପାସୋରୀ

ପ୍ରେମ ରଙ୍ଗକୁ ବିଞ୍ଚିବା ଖାଲି ।


ନାଚିବା, ଗାଇବା ଖୁସିରେ ଝୁମିବା 

ସଭିଙ୍କୁ ଅବିର ବୋଳି

ଜାତି, ଧର୍ମ, ଉଚ୍ଚ, ନୀଚକୁ ଦୂରେଇ

ସର୍ବେ ହେବା କୋଳାକୋଳି ।


ଭାଈ ଭଉଣୀ ହେ ଦିଅ କରତାଳି

ଝିଅ ବୋହୂ ମିଶି ଦେବେ ହୁଳହୁଳି

ମେଳଣ ପଡିଆ ଯିବ ତ ଉଚ୍ଛୁଳି 

ଧାଡ଼ିକି ଧାଡ଼ି ବିମାନ ସାଙ୍ଗକୁ ଏ ଭକ୍ତଙ୍କ ଗହଳି ।


ବିମାନେ ଝୁଲନ୍ତି ପ୍ରଭୁ ରଙ୍ଗ ହୋଇ ବୋଳି

ଆକାଶ ରଙ୍ଗୀନ ସାଙ୍ଗକୁ, ରଙ୍ଗୀନ ହୁଏ ଗାଁ ଦାଣ୍ଡ ଧୂଳି 

ଘଣ୍ଟଘଣ୍ଟା, ଖୋରତାଳ ଶଙ୍ଖ ଧ୍ଵନୀ ସହ କୀର୍ତ୍ତନ ମଣ୍ଡଳୀ

ଆନନ୍ଦରେ ଗୋପଲୀଳା ଗାଇ ,

ଗାଁ ଦାଣ୍ଡେ ଯାଆନ୍ତି ଝୁଲି ଝୁଲି ।


ଆସ ସାଙ୍ଗସାଥୀ ପୂରୁଣା ରାଗଋଷାକୁ ଭୂଲି 

ହୃଦୟରୁ ପ୍ରେମର ରଙ୍ଗକୁ ହାତରେ ଢାଳି 

ପ୍ରେମ ରଙ୍ଗ ହେବା ବୋଳାବୋଳି

ଭାଈଚାରାକୁ ପ୍ରସାର କରି ଚାଲି ।


ହୋଲିରେ ହୋଲିରେ ହୋଲି

ବରଷକେ ଥରେ ପା ଆସିଚି ହୋଲି .....।



Rate this content
Log in

Similar oriya poem from Abstract