STORYMIRROR

Jyotirmayee Panda

Abstract Classics Inspirational

4  

Jyotirmayee Panda

Abstract Classics Inspirational

ଅମର ରାଷ୍ଟ୍ର

ଅମର ରାଷ୍ଟ୍ର

1 min
275

ସମୟ ଚକ୍ରଟି ଘୂରି ଘୂରି ଆସି ପହଞ୍ଚିଛି

ପୁଣି ସେ ଉଣେଇଶି ସହ ପଚାଶ ମସିହା

ଜାନୁଆରୀ ମାସ ଛବିଶ ଦିନ 

ଯେଉଁଦିନ ପରା ଗଢା ହେଇଥିଲା 

ଆମ ଗଣତନ୍ତ୍ର ଆଉ ଲେଖା ହେଇଥିଲା 

ସ୍ୱର୍ଣ୍ଣଲିପିରେ ଆମର ଏ ସମ୍ବିଧାନ ।


ଆମ ଦେଶ କରିବାକୁ ଶାସନ 

ଲେଖି ଦେଇଥିଲେ ଧାରା ଉପଧାରା 

ବାବା ଭୀମରାଓ ଆମ୍ବେଦକର 

ସମ୍ବିଧାନକୁ କରି ପ୍ରଣୟନ 

ତିନିଶହ ପଞ୍ଚାନବେଟି ଧାରା ସହିତ  

ଲେଖା ଅଛି ଆଠଗୋଟି ଅନୁଛେଦ ମାନ । 


ଆମ ଅଧିକାର ଆମରି କର୍ତ୍ତବ୍ୟ

ହୋଇ ଅଛି ସେଥିରେ ଲେଖା 

ରକ୍ଷା କରିବାକୁ ଜାତୀୟତା ଭାବ

ପାଇଥାଉ ଆମେ ସେଥିରୁ ଶିକ୍ଷା

ତିଆରି ହେଇଚି ଏହି ସମ୍ବିଧାନ 

ମାନିବାକୁ ସବୁ ବାଧ୍ୟ ଏହାର ନିୟମ ।


ପୂର୍ଣ୍ଣ ସ୍ଵାଧୀନତା ପାଇଥିଲୁ ଆମେ

ଏହି ଗଣତନ୍ତ୍ର ଦିବସରେ 

ହିମାଳୟ ଠାରୁ କନ୍ୟାକୁମାରୀ

କାଶ୍ମୀର ଠୁ କର୍ଣ୍ଣାଟକ

ହିନ୍ଦୁ ମୁସଲିମ୍ ସବୁ ଏକତ୍ର ହେଇଣ

ହୋଇଥିଲେ ମଥାନତ । 


ଏକତା ସୂତ୍ରରେ ବନ୍ଧା ହେବାରେ 

କଥା ରହିଥିଲା ଯେଣୁ 

ଗଣତନ୍ତ୍ର ନାମରେ ନାମିତ 

ଏହି ଦିବସ ଟି ତେଣୁ 

ଭାରତୀୟ ବୋଲି ଗର୍ବ କରୁ ଆମେ 

ଭାରତ ମାତାର ପା ଆମେ ଅଟୁ ସନ୍ତାନ।


ଦେଶ ଓ ଜାତିର ସେବା କରି ଆମେ

ରଖିବା ଏଇ ପତାକାର ସମ୍ମାନ 

ଆମ ବଡ଼ ଠାକୁରଙ୍କ ପାଦ ତଳେ କରି ପ୍ରଣାମ 

ଆଜିର ଦିନରେ ନୂତନ ସଂକଳ୍ପ ନେଇ

ନୂଆଁ ବୀଜ କରିଦେବା ଉତ୍ପାଦନ 

ଯାହାକି ବଢେଇବ ଆମଦେଶର ମହିମା ଆଉ ଏ ମାଟି ମା'ର କୋଣ ।।


Rate this content
Log in

Similar oriya poem from Abstract