STORYMIRROR

Jyotirmayee Panda

Abstract Drama Romance

3  

Jyotirmayee Panda

Abstract Drama Romance

ହେ ମୋର ମନର ମଣିଷ

ହେ ମୋର ମନର ମଣିଷ

1 min
222

ଯେତେବେଳେ କିଛି ଭୁଲ୍ ହେଇଯାଏ 

ଯେତେବେଳେ କିଛି ସଙ୍କଟ ଆସି ଛିଡାହୁଏ

ତୁମେ ଦୁନିଆଁଠୁ ଲଢି ମତେ ସମର୍ଥନ କର 

ହେ ମୋର ମନର ମଣିଷ ........


ନା କେହି ଥିଲେ , ନା କିଏ ଅଛନ୍ତି 

ଏ ଜୀବନରେ ତୁମରି ବ୍ୟତୀତ

ତୁମେ ସଦା ମୋ ସହିତ ଛିଡ଼ା ହେଇ ଆସିଛ 

ହେ ମୋର ମନର ମଣିଷ........


ରାତ୍ରିର ଚନ୍ଦ୍ରମା ଥିବା ଯାଏଁ 

ଜୀବନରେ ସମସ୍ତେ ସମର୍ଥନ କରନ୍ତି 

ହେଲେ ତୁମେ ଘନ ଅନ୍ଧକାରରେ ବି

ମୋ ହାତ ସେମିତି ଧରିକି ରହିଛ

ହେ ମୋର ମନର ମଣିଷ.........


ବିଶ୍ଵାସତାର ସେଇ ରୀତିନୀତି 

ଏକାଠି ପାଳିବା ଦେଇ ସ୍ଵୀକୃତି 

ଏକ ନିଃଶ୍ୱାସ ଏକମନା ହେଇ 

ସ୍ପନ୍ଦନ ଚାଲୁଥିବ ସେମିତି.......


ହୃଦୟ ଅନୁଭବ କରେ କାହିଁ 

ପୂର୍ବରୁ ବୋଧେ ଦେଖା ଥିଲା ହୋଇ

ସଂପର୍କ ଏ ତ ଜନ୍ମ ଜନ୍ମର 

ଖାଲି ଆଜିର ତ ନାହିଁ ........


ଭରସା ଅଛି ଏ ପ୍ରେମ ଉପରେ 

ବିଶ୍ଵାସ ବି ମୋ ଆରାଧ୍ୟଙ୍କ ପାଖରେ 

ମନ ମନ୍ଦିରର ମୋ ପାଇଁ ଦେବତା 

ନିତି ତୁମ ପାଦ ସ୍ପର୍ଶ ମୁଁ କରେ .......


ତୁମେ ହେଉଛ ମୋ ସାହସ

ତୁମେ ଶବ୍ଦ ହେଲେ ମୁଁ ଅର୍ଥ 

ତୁମ ବିନା ମୁଁ ନିଜକୁ ଖୋଜି ପାଏ ନାହିଁ 

ହେ ମୋ ମନର ମଣିଷ .......


ସକାଳ ଧୂପଠୁ ସଞ୍ଜ ଆଳତୀ 

ସଦା ତୁମ ଚିନ୍ତା ଥାଏ ମନେ

ବଡ଼ ଦେଉଳକୁ ଯେବେ ପଶିଯାଏ 

ତୁମ ଶୁଭକାମନା କରେ ମୁଁ ଜଗା କାନେ ......


ଲାଜକୁଳୀ ଲତା କିରଣ ପରସେ 

କ୍ଷଣକେ ହିଁ ପ୍ରସାରିତ ହୁଏ 

ତୁମେ ସେହିପରି ଶକ୍ତି ଅଟ ମୋର 

ତୁମ ଅସ୍ତିତ୍ବ ସହ ମୁଁ ଦୁନିଆଁକୁ ଲଢେ 

ହେ ମୋ ମନର ମଣିଷ........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract