Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmayee Panda

Romance Tragedy

3  

Jyotirmayee Panda

Romance Tragedy

ଜରୁରୀ ଥିଲା

ଜରୁରୀ ଥିଲା

1 min
153



ଆଖିରେ ବସା ବାନ୍ଧିଥିବା ଲୁହକୁ

ବହି ଯିବାଟା ବି ଜରୁରୀ ଥିଲା 

ଭଲ ପାଇବାଟା ହୁଏତ ଜରୁରୀ ଥାଏ 

କିନ୍ତୁ ଏବେ ବିଚ୍ଛେଦଟା ବି ଜରୁରୀ ଥିଲା ।


ବାଲି ଘର ତୋଳି ଖେଳୁ ଖେଳୁ 

ସତ ଘରର ସ୍ୱପ୍ନ ଦେଖିବା 

ଆଉ ସେ ସ୍ୱପ୍ନରେ ଡେଣା ଲାଗୁ ଲାଗୁ 

ସ୍ୱପ୍ନ ଭାଙ୍ଗିବାଟା ବି ଜରୁରୀ ଥିଲା ।



ହୃଦୟକୁ ଚୋରି କରୁ କରୁ

ଚୋରି କରିଥିବା ହୃଦୟରେ ନିଜକୁ ଦେଖିବା 

ଏବଂ ନିଜ ହୃଦୟରେ ସେଇ ଚେହେରାକୁ 

ଭଗବାନଙ୍କ ଦରଜା ଦେବା ବି ଜରୁରୀ ଥିଲା ।



ହାତର ପାପୁଲି ଦେଖେଇ 

ଭାଗ୍ୟରେ କେବଳ ତୁମେ ହିଁ ଅଛ କହି 

ଆଉ କାହା ନାଁ ର ମେହେନ୍ଦି ଲଗେଇ

ସଜେଇ ହେବାଟା ବି ଜରୁରୀ ଥିଲା ।



ସାତ ଜନ୍ମର ସାଥି ହେଇ 

ଏକାଠି ବଞ୍ଚିବାର କଥା ଦେଇ 

ଅଧାରୁ ବାଟଭାଙ୍ଗି ଚାଲି ଯିବାପାଇଁ 

ନିଷ୍ପତ୍ତି ନେବାଟା ବି ଜରୁରୀ ଥିଲା ।



ଚେହେରା ସେମିତି ଅଛି 

ତୁମେ ବି ସେମିତି ଅଛ

ଆଉ ମୁଁ ବି ସେମିତି ଅଛି ହେଲେ

ବୋଧେ ନୀରବତା ବି ଜରୁରୀ ଥିଲା । 



ଯେଉଁ ଦୁଇ ଆଖି ଦିନେ 

ସାମ୍ନା ସାମ୍ନି ହେଉଥିଲେ 

ଦୁହିଁଙ୍କ ଭିତରେ ପ୍ରେମର ଆଦାନ ପ୍ରଦାନ ଥିଲା

ସେଇ ଆଖି ଆଜି ତଳମୁହାଁ ହେବା ବି ଜରୁରୀ ଥିଲା ।



ହୃଦୟରୁ ବାହାରିବା ପରେ ଆଜି 

ଅଜଣା ପଥରେ ପାଗଳ ପରି ନିଜର

ଅସ୍ତିତ୍ୱ ହରେଇ ବୁଲିବାର ଥିଲା ଏବଂ ବୁଲୁ ବୁଲୁ

ମନେ ପଡ଼ିଲା କି ହଁ ଏମିତି ବୁଲିବା ବି ଜରୁରୀ ଥିଲା ।

 


ଦୁଇଜଣ ଏକାଠି ପ୍ରାର୍ଥନାରେ

ନିଜର ସମ୍ପର୍କର ଦୃଢ଼ତାକୁ ନେଇ

ନିଜର ଆରାଧ୍ୟ ଜଗନ୍ନାଥଙ୍କ ନିକଟରେ ମାଗିବା 

ଏବଂ ପରେ ସେ ପ୍ରାର୍ଥନାର ଭାଙ୍ଗିବା ବି ଜରୁରୀ ଥିଲା ।



ହଁ ହଁ ଜରୁରୀ ଥିଲା 

ନିହାତି ଜରୁରୀ ଥିଲା 

ଆଖିରେ ଛଳ ଛଳ ହେଇ ପୂର୍ଣ୍ଣ ଥିବା 

ଲୁହର ଝରି ପଡ଼ିବାଟା ବି ଜରୁରୀ ଥିଲା ।



Rate this content
Log in

Similar oriya poem from Romance