ସହିଦ୍ କଥା
ସହିଦ୍ କଥା
ହେ ମୋର ଦେଶବାସୀ ମାନେ
ତୁମେ ଚିତ୍କାର କରି ଜଣେଇ ଦିଅ
ଏଇ ଶୁଭ ଦିନ ଆସିଛି ଆମର
ତ୍ରିରଙ୍ଗା ଉଡେଇ ସମସ୍ତଙ୍କୁ ଦେଖେଇ ଦିଅ ।
ଭୂଲି ଯାଅନାହିଁ ଯେ ବହୁ ହିରୋ
ସୀମାରେ ପ୍ରାଣ ହରାଇଛନ୍ତି
ସେମାନଙ୍କୁ ମନେରଖ
ଯେଉଁମାନେ ଆଉ ଘରକୁ ଫେରି ନାହାଁନ୍ତି
ମୋର ପ୍ରିୟ ଦେଶବାସୀ ମାନେ
ଆଖିରେ ଲୁହ ଭରିଦିଅ
ସେମାନଙ୍କ ବଳିଦାନକୁ ମନେରଖ ।
ଯେତେବେଳେ ହିମାଳୟ ଆହତ ହେଲା
ସ୍ୱାଧୀନତା ବିପଦରେ ପଡ଼ିଥିଲା
ସେତେବେଳେ ନିଃଶ୍ୱାସ ଚାଲିଥିବା ଯାଏଁ
ବହୁ ହିରୋଙ୍କର ଲଢେଇ ଥମି ନଥିଲା
ସେଇ ଅମର ଲଢେଇକୁ ମନେରଖ
ଆମର ସହିଦ୍ ଙ୍କ ବଳିଦାନକୁ ମନେରଖ ।
ଯେତେବେଳେ ଦିୱାଲିର ଉତ୍ସବ ଆସେ
ଚାରିଆଡ ଆଲୋକରେ ଭାରିଥାଏ
ସେତେବେଳେ ସେମାନେ ରକ୍ତର ହୋଲି ଖେଳୁ ଥାଆନ୍ତି
ସେମାନେ କେତେଯେ ଗୁଳି ବାରୁଦର ସମ୍ମୁଖୀନ ହେଇ ଥାଆନ୍ତି
ସେଇ ରକ୍ତ ଜୁଡୁବୁଡୁ ଶରୀରକୁ ମନେରଖ
ଆମର ଅମର ଭାରତୀୟଙ୍କ ବଳିଦାନକୁ ମନେରଖ ।
