Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotirmayee Panda

Abstract Classics Inspirational

3  

Jyotirmayee Panda

Abstract Classics Inspirational

ମାନବିକତା ଓ ମଣିଷପଣିଆ

ମାନବିକତା ଓ ମଣିଷପଣିଆ

1 min
194


ମଣିଷ ଜନ୍ମ ତ ସମସ୍ତେ ପାଇଛନ୍ତି

ହେଲେ ସେମାନେ ଖାସ୍ ହେଇଥାନ୍ତି 

ଯେଉଁ ମାନଙ୍କ ପାଖରେ ମଣିଷପଣିଆ ଥାଏ 

ମଣିଷପଣିଆ ହିଁ ମଣିଷର ମାନବିକତାକୁ ଦର୍ଶେଇ ଥାଏ 

ଆଉ ମାନବିକତା କେବେ ବି ଛନ୍ଦ, କପଟ , ହିଂସା

ପର ଚର୍ଚ୍ଚା କିମ୍ବା ପରର ଅହିତ ଚିନ୍ତା କରିବାରେ ନଥାଏ 

ପ୍ରକୃତ ମାନବିକତା ତ,ମନରେ ସକରାତ୍ମକତାକୁ ସୃଷ୍ଟି କରେ

ପରର ହିତ ଚିନ୍ତା କରିବା ସହିତ , 

ନିଃସ୍ଵାର୍ଥପର ଭାବରେ କରୁଥିବା କାର୍ଯ୍ୟରେ 

ମଣିଷର ମାନବିକତା ସ୍ପଷ୍ଟ ଭାବରେ ଜଣା ପଡ଼ିଥାଏ 

ଉତ୍ତମ ମାନବିକତା ଧାରଣ କରିଥିବା ମନୁଷ୍ୟ 

ଏ ଜଗତରେ ଚିରଦିନ ପାଇଁ ପୂଜିତ ରହେ 

ଜୀବନ ଥିବା ପର୍ଯ୍ୟନ୍ତ ତ ସମସ୍ତେ ଆମ ଆଗରେ ହିଁ 

ଆମର ଖୁବ୍ ପ୍ରଶଂସା କରି ଚାଲନ୍ତି , 

ହେଲେ ଏ ପିଣ୍ଡରୁ ପ୍ରାଣ ଯିବା ପରେ ବି 

ଯେଉଁମାନେ ପ୍ରଶଂସାର ପାତ୍ର ହେଇ ପାରନ୍ତି 

ସେହି ମନୁଷ୍ୟମାନେ ହିଁ କେବଳ ସୁନ୍ଦର୍ ମାନବିକତାକୁ 

ନିଜ ହୃଦୟରେ ଧାରଣ କରି ଥାଆନ୍ତି 

କେବଳ ମଣିଷ ଜାତି ନୁହଁନ୍ତି , ବରଂ 

ଉପରେ ଥିବା ସ୍ଵୟଂ ଈଶ୍ୱର ବି ଏମାନଙ୍କୁ ଆଶିଷ ଢାଳନ୍ତି

ସଦ୍ କର୍ମ ଏବଂ ମାନବିକତା ପାଇଁ , ଏପରି ଲୋକ 

ମୃତ୍ତ୍ୟୁ ପରେ ବି ସମସ୍ତଙ୍କ ହୃଦୟରେ 

ସ୍ମୃତି ହେଇ ଚିରଦିନ ପାଇଁ ଜୀବିତ ରୁହନ୍ତି ।


Rate this content
Log in

Similar oriya poem from Abstract