STORYMIRROR

Kunja Bihari Dalai

Inspirational

3  

Kunja Bihari Dalai

Inspirational

କବି ମାଳ ମାଳ ସାହିତ୍ୟ ଦୁର୍ବଳ

କବି ମାଳ ମାଳ ସାହିତ୍ୟ ଦୁର୍ବଳ

1 min
148


ଭାଷାର ଉନ୍ନତି ହୋଇବ କେମିତି

ସର୍ବେ ହେଲେ ସ୍ଵାର୍ଥପର  

ଯିଏ ବି ଯେମିତି ଲେଖୁନା କାହିଁକି

ମିଳୁଛି ମାନପତର ।


ଭୁଲ୍ ବାଛିଦେଲେ ଅଭିମାନେ କବି

କାଳେ ଛାଡିବ ସଂସଦ  

ଗ୍ରୁପର ମାନ୍ୟତା କମିଯିବ ମୋର

ପ୍ରତିଷ୍ଠାତାଙ୍କର ଖେଦ ।


ମାନପତ୍ର ଦିଅ ସମ୍ବର୍ଦ୍ଧିତ କର

ମନା କରୁନାହିଁ କେହି  

ଲେଖାରେ ସ୍ୱଚ୍ଛତା ଦେଖି ସମ୍ବର୍ଦ୍ଧିତ 

କଲେ ଅସୁବିଧା ନାହିଁ।


ଅନୁଷ୍ଠାନ ସ୍ୱାର୍ଥ ଆଖି ଆଗେ ରଖି

ସଭିଙ୍କୁ କଲେ ସମ୍ମାନ  

କବି ମାଳ ମାଳ କବିତା ପ୍ରବଳ

ଭାଷା ହେବ ହୀନିମାନ। 


ଶବ୍ଦ ଜ୍ଞାନ ନାହିଁ କବିକୁ ମିଳଇ

ଅପୂର୍ବ ସୁନ୍ଦର ମତ  

ଭାଷାକୁ ପ୍ରାଧାନ୍ୟ କାହିଁକି ସେ ଦେବ

(ଯେବେ)ଲେଖାରେ ପାଠକେ ପ୍ରୀତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational