Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Classics

4  

Kunja Bihari Dalai

Classics

ତୁଳସୀ ରସିଆ ଜଗା କାଳିଆ

ତୁଳସୀ ରସିଆ ଜଗା କାଳିଆ

1 min
281


ବଧି ଜଳନ୍ଧର    ଶାପ ତୁଳସୀର

     ସ୍ବୀକାର କଲେ ଠାକୁର ,

ଯାଚି ଦେଲେ ବର    ଆସ୍ଥାନ ତୁମର 

    ହେଉ ମୋହ ମସ୍ତକର ।


ତୁଳସୀ ରସିଆ    ମୋ ଜଗା କାଳିଆ

    ତୁଳସୀ ତୁଳସୀ ବାସେ ,

ତୁଳସୀ ପତର    ଦେଲେ ମଥା ପର

    ମୁରୁକି ମୁରୁକି ହସେ ।


ମହାପ୍ରସାଦରେ    ନ'ଦେଖିଲେ ନେତ୍ରେ

    ମନ ଊଣା କରି ବସେ ,

ବୃନ୍ଦାବତୀ ପ୍ରତି    ଶରଧା ଏମିତି 

    ପାଶେ ନ'ପାଇଲେ ରୁଷେ । 


ଧନ ରତ୍ନେ ଭାବ    ନାହିଁ ତା'ର ଲୋଭ

    ଭକ୍ତି ଭାବେ ତୁଳସୀଟେ ,

ପାଦ ତଳେ ଥୋଇ    ଦେଲେ ମଥା ନଇଁ

    ଖୁସିରେ କୁରୁଳି ଉଠେ ।


ତା'ପ୍ରେମରେ ମଜ୍ଜି    ଦେଇ ଅଛି ଖଞ୍ଜି   

    ଶୁଭେ ଅଶୁଭେ ତୁଳସୀ ,

ଆବଶ୍ୟକ ପରା   ତା'ପାଇଁ ଅଧୁରା 

    କର୍ମ କାଣ୍ଡ ବାରମାସୀ ।


Rate this content
Log in

Similar oriya poem from Classics