Jagannath Barik

Classics

4  

Jagannath Barik

Classics

ଆସିଲାଦୀପାଳି ( ଆ-ଲା ଅନୁପ୍ରାସ )

ଆସିଲାଦୀପାଳି ( ଆ-ଲା ଅନୁପ୍ରାସ )

1 min
549


ଆସିଲା ଦୀପାଳି ଆସିଲା ଦୀପାଳି

ଆଲୋକରେ ଧରା ହସିଲା

ଆଗୁଆ ଆଗୁଆ ପିଲାଠାରୁ ବୁଢ଼ା

ଆଶାର ଆଲୋକ ବିଞ୍ଚିଲା |

ଆକାଶ ଦୀପକୁ ଗଗନ ମାର୍ଗକୁ

ଆନନ୍ଦରେ ନେଇ ଥାପିଲା

ଆତପ ତାପକୁ କମାଇ ଶୀତକୁ

ଆବଣ୍ଟନ କରି ବସିଲା |

ଆତସବାଜିର ଆସର ଜମାଇ

ଆଡ଼ମ୍ବରେ ବାଣ ଫୁଟିଲା

ଆକଟ ସତର୍କ ଯେତେ ନିୟାମକ

ଆରକ୍ଷୀ ଆଇନ ଛୁଟିଲା |

ଆଳୟେ ଆଳୟେ ପିଠାର ବାସନା

ଆଘ୍ରାଣରେ ମନ ରସିଲା

ଆସରେ କେଶବ ମାଧବ ରାଘବ 

ଆସ୍ତେ ସଞ୍ଜ ନଇଁ ଆସିଲା |

ଆତ୍ମୀୟଜନଙ୍କ ବଡ଼ବଡୁଆଙ୍କ

ଆବାହନେ ଦାଣ୍ଡ କମ୍ପିଲା

ଆଭରଣ କ୍ରୟ ଧନ ତେରାସର

ଆସକ୍ତି ଧନୀଙ୍କୁ ଗ୍ରାସିଲା |

ଆଜିର ଦିବସ ଵନବାସ ଶେଷ 

ଆନନ୍ଦେ ଅଯୋଧ୍ୟା ହସିଲା

ଆରୋହୀ ପୁଷ୍ପକ ଶ୍ରୀରାମ ଆଗତ

ଆଳେ ଆଳେ ଦୀପ ଜଳିଲା |

ଆଜ ଦିବସରେ ଶ୍ରୀକୃଷ୍ଣ ସଙ୍ଗରେ

ଆଜିରେ ନାରକା ମଜ୍ଜିଲା

ଆରାମରେ ହରି ଦୈତ୍ୟ ନାଶକରି

ଆକଟୁ କନ୍ୟାଙ୍କୁ ତାରିଲା |

ଆଡମ୍ବରେ ନୋହୁ ନିରାଡ଼ମ୍ବରରେ

ଆମର ପରବ ବଢ଼ିଲା

ଆରତତ୍ରାଣଙ୍କ ଶରଣ ମାତ୍ରକ

ଆଡ଼ବାୟା ଜଗା ଲୋଡ଼ିଲା |


Rate this content
Log in

Similar oriya poem from Classics