STORYMIRROR

Pratima Satpathy

Classics

4  

Pratima Satpathy

Classics

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
360


ଶ୍ରାବଣ ପୂର୍ଣ୍ଣିମା ବଳଦେବ ଜନ୍ମ

    ଦିନଟି ରକ୍ଷା ବନ୍ଧନ

ଭାଇର ହାତରେ ସ୍ନେହ ଡୋର ବାନ୍ଧି

    ଭଗ୍ନୀ ଆନନ୍ଦ ରେ ମଗ୍ନ।

ସୁନା, ରୂପା, ହୀରା, ମୋତି, ମାଣିକଠୁ 

    ଏହି ଡୋର ମୂଲ୍ୟବାନ

ଜୀବନ ଦେଇଣ ଭାଇଟିଏ ତାର

    ରଖିବ ଭଉଣୀ ମାନ।

ପବିତ୍ର ବନ୍ଧନ ଅତୁଟ ରହିବା

    ପାଇଁ ପ୍ରଭୁଙ୍କ ପାଖରେ

ଭାଇଙ୍କୁ ତାହାର ପ୍ରଭୁ ଜଗନ୍ନାଥ

    ରଖିଥାନ୍ତୁ କୁଶଳରେ ।

ଫୁଲ ଚନ୍ଦନ ଓ ଧୂପ ଦୀପ ଦେଇ

    ଭାଇକୁ ବନ୍ଦାଇ ଥାଏ

ବଡ ଭାଇ ଥିଲେ ପ୍ରଣାମ କରଇ

    ସାନକୁ କୋଳେଇ ନିଏ।

ଭାଇଟିର ଶୁଭ ମନାସେ ଭଉଣୀ

    ନିଜେ ସାଜି ତଅପୋଇ

ରାକ୍ଷୀ ବାନ୍ଧି ଭାଇ ହାତରେ ତାହାର

    ମିଠା ଯେ ଦିଏ ଖୁଆଇ।

ବିପଦ ଆପଦ ପଡ଼ିଲେ ତାହାକୁ 

   ଭାଇ ଯାଇ ଠିଆ ହେବ

ମନ ଦୁଃଖ ଥିଲେ ମନ କଥା ବୁଝି

   ଦୁଃଖ ଲାଘବ କରିବ।

ଟଙ୍କା ସୁନା ତାର ନାହିଁ ଦରକାର

   ଲୋଡା ତାହାର ମମତା 

ପ୍ରଭୁ ଜଗନ୍ନାଥ ସଂସାର ବାସୀଙ୍କୁ

    ଦେଇ ଛନ୍ତି ଏହି ବାର୍ତ୍ତା।

ଗୁଣ୍ଡିଚା ଯାତ୍ରାରେ ଭାଇ ଭଉଣୀଙ୍କ

    ସାଙ୍ଗେ ରଥରେ ଯାଆନ୍ତି

ନବ ଦିନ ଧରି ଯାତ୍ରା କରି ସାରି

    ଖୁସି ମନରେ ଫେରନ୍ତି।

ସବୁ ଭାଇ ଆଉ ଭଉଣୀଙ୍କୁ ମୁହିଁ

   କହୁଛି ଗୋଟିଏ କଥା

କେବେହେଲେ କେହି ତୁଟାଇବ ନାହିଁ

    ଭାଇ ଭଉଣୀ ମମତା।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics