STORYMIRROR

Debabrata Mishra

Abstract Classics

4  

Debabrata Mishra

Abstract Classics

ଈଶ୍ୱରୀ ତୁମ ଈଶ୍ୱରୀପଣେ -୨

ଈଶ୍ୱରୀ ତୁମ ଈଶ୍ୱରୀପଣେ -୨

1 min
258


ମୋ' ଅନ୍ତରେ ଜନ୍ମନିଏ ଆତ୍ମବିଶ୍ବାସର ପ୍ରକାଶ 

ବିବେକରେ ହୁଏ ସୃଷ୍ଟି ଲୁହରେ ବି ହସିବାର ସାହସ

ତୁମ ସାନିଧ୍ୟରେ ଶିଖେ ମୁଁ ଜୀବନ ଜିଇଁବାର ଧାରା

ତୁମ ପ୍ରେରଣାରେ ଉତ୍ସାହ ପାଏ ଚାଲିବି ଆଗକୁ 

ଆସୁ ଜୀବନେ ଯେତେ ବତାସ, ବନ୍ୟା ଅବା ପ୍ରଚଣ୍ଡ ଖରା,


ଈଶ୍ୱରୀ ତୁମ ଈଶ୍ୱରୀପଣେ ହୁଏ ମୁଁ ଶକ୍ତିଶାଳୀ-ସମୃଦ୍ଧ

ତୁମେ ଆଦର୍ଶ ମୋର, ତୁମ ପାଇଁ ଭକ୍ତି ଓ ଅଜସ୍ର ସମ୍ମାନ

ପାଇଛି ତୁମଠୁ ଦମ୍ଭ, ପ୍ରତିକୂଳ ପରିସ୍ଥିତିରେ ଲଢ଼ିବାକୁ ଯୁଦ୍ଧ,


ହୃଦୟରେ ଜନ୍ମନିଏ ଅସରନ୍ତି ଆଗ୍ରହ ହସିବାର

ତୁମଠୁ ପାଇଛି ଧୈର୍ଯ୍ୟ, ବିପଦେ ବି ହେବି ଦମ୍ଭେ ଅଗ୍ରସର 

ତୁମ ହସରୁ ପାଇଛି ଭିତର ଲୁହ ଲୁଚାଇବାର ସୂତ୍ର

ସଖୀ ତୁମେ ଦେବୀସ୍ୱରୂପା, ପୂଜ୍ୟା ତୁମେ ଆଜୀବନ

ତୁମେ ହିଁ ଶ୍ରେଷ୍ଠ ପ୍ରେରଣା ମୋର ସାହିତ୍ୟ ଓ ଶବ୍ଦର,


ଈଶ୍ୱରୀ ତୁମ ଈଶ୍ୱରୀପଣେ ପାଇଛି ନୈତିକତାର ଶକ୍ତି

ତୁମଠୁ ଶିଖିଛି ଲୁହକୁ ଲୁଚାଇବାର ସ୍ୱତନ୍ତ୍ର କୌଶଳ

ଓଠରେ ହସରଖି ଦୁନିଆକୁ ଜିତିବାର ଆତ୍ମବିଶ୍ବାସର ବଳ,


ହାରେ ଯେତେ ମୋ' ମନ ଭିତରର ନକରାତ୍ମକ ଚିନ୍ତା 

ତୁମେ ମୁହୁର୍ତ୍ତରେ ବଦଳାଇପାର ମୋର ଅବସାଦର ସ୍ୱଭାବ

ସୁଖ ଜନ୍ମନିଏ ଦେଖି ତୁମ ଆନନ୍ଦିତ ଶ୍ରୀଲକ୍ଷ୍ମୀପରି ମୁଖମଣ୍ଡଳ

ଦେବୀ ତୁମ ଦର୍ଶନେ ମୋ' ଅନ୍ତଃରାତ୍ମାରେ ଆଧ୍ୟାତ୍ମିକତାର ଭାବ

ତୁମ ସ୍ମୃତି ସଂସ୍ପର୍ଶରେ ମନ୍ଦିର ସାଜେ ମୋ' ବିବେକ ଭୂମଣ୍ଡଳ,


ତୁମେ ମୋର ଆଜୀବନ ଶକ୍ତି, ପ୍ରୀତି, ଭକ୍ତି ଓ ପ୍ରେରଣା

ଈଶ୍ୱରୀ ତୁମ ଈଶ୍ୱରୀପଣେ ମୁଁ ଛୁଇଁପାରିବି ମୋ' ଲକ୍ଷ୍ୟପଥ

ତୁମ ଅଦୃଶ୍ୟ ଆତ୍ମିକ ସ୍ପର୍ଶରେ ବି ମୁଁ ସଜାଡିବି ମୋ' ଗତିପଥ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract