STORYMIRROR

Sarmistha Palai

Classics

4  

Sarmistha Palai

Classics

ସେନେହ ଡୋରୀ

ସେନେହ ଡୋରୀ

1 min
55


ଭାଦ୍ରବ ମାସର ପୂର୍ଣ୍ଣିମା ତିଥିରେ

  ଗୋପରେ ଉଇଁଲେ ଚାନ୍ଦ।

ବନ୍ଦୀ ଘର ଛାଡ଼ି ଧାଇଁ ଗଲେ ସିଏ

  ଦୂରାଇବାକୁ ପ୍ରମାଦ।


ଦେବକୀଙ୍କ ଗର୍ଭୁ ଅନ୍ତର୍ଧ୍ୟାନ ହୋଇ

  ରୋହିଣୀ ଗର୍ଭୁ ଜନମ।

ବଡ଼ ଭାଈ ହୋଇ ଜନମ ହୋଇଲେ

  ବସୁଦେବଙ୍କ ନନ୍ଦନ।


ସନାତନ ଧର୍ମୀ ଏହି ଦିବସକୁ

  ମାନିଥାନ୍ତି ତ' ମହାନ।

ସପ୍ତମ ଅବତାରେ ଜନ୍ମ ହୋଇଲେ

   ହଳାୟୁଧ ବଳରାମ।


ଜଗନ୍ନାଥ ସଂସ୍କୃତି ଆମ କହୁଛି

  ଭାଈ, ଭଉଣୀର ସ୍ନେହଁ।

କେତେ ଯେ' ମହାନ କେତେ ଯେ' ପବିତ୍ର

   ସାଖି ତ' ରକ୍ଷା ବନ୍ଧନ।


ଗୋଟେ ମାତା ଗର୍ଭୁ ହୋଇଣ ଜନମ

   ଦୁହେଁ ଦୁହିଁଙ୍କ ଜୀବନ।

ଭାଈ, ଭଉଣୀର ସେନେହ ମମତା

  ସଂସାର ମଧ୍ୟରେ ଧନ୍ୟ।


ନୁହଁଇ କେବଳ ଡୋରୀ ଟିଏ ସିଏ

  ଅଟଇ ତ' ପ୍ରତିଶ୍ରୁତି।

ଭଉଣୀ ସୁରକ୍ଷା ଭାଈର ପ୍ରତିଜ୍ଞା 

  ଏହାହିଁ ଅଟେ ତ' ଶକ୍ତି।


ମଥାରେ ଦେଇଣ ସିନ୍ଦୁର, ଚନ୍ଦନ

  ଭାଈର ଶୁଭ ମନାସେ।

ଶ୍ରଦ୍ଧାର ଡୋରୀକୁ ହାତରେ ବାନ୍ଧି ସେ'

  ଦୁଃଖ ନ' ଆସୁ ତା' ପାଶେ।


ଗହ୍ମା ପୂର୍ଣ୍ଣିମାରେ ଦୂରେ ଥିଲେ ଭାଈ

  ଭଉଣୀ ମନ ଉଚ୍ଛନ୍ନ।

ରାକ୍ଷୀ ବାନ୍ଧିବାକୁ ଭାଈର ହାତରେ

  ଖୋଜେ ସେ ହୋଇ ମଉନ।


ଦୁଈ ଭାଈ ପରା ଜଗା ଓ ବଳିଆ

  ଭଉଣୀ ହଳଦୀ ମୁହିଁ।

ନୀଳ କନ୍ଦରରେ ରାକ୍ଷୀ ବାନ୍ଧୁ ଅଛି

   ଜଗତକୁ ବାର୍ତ୍ତା ଦେଇ।


ଯେତେ ରାଗ ରୁଷା, ଅଭିମାନ ଥିଲେ

  ସବୁ ହୋଇ ଯାଏ ଦୂର।

ଏହି ଦିନ ପରା ଭାଈ, ଭଉଣୀଙ୍କ

  ରକ୍ତ ସମ୍ପର୍କର ଚିହ୍ନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics