STORYMIRROR

Sarmistha Palai

Children

4  

Sarmistha Palai

Children

ପିଲାଦିନ

ପିଲାଦିନ

1 min
262

କେତେ ଭଲ ଥିଲା ସେ ପିଲା ଦିନ

ଖୁସିରେତ ବିତୁ ଥିଲା ମୋ ଦିନ।


ଭାଈ ଭଉଣୀଙ୍କ ସାଥିରେ କଳି

ହେଉଥିଲା ମଜା ଭଳିକି ଭଳି।


ସାଙ୍ଗ ସାଥି ସଙ୍ଗେ ଆମ୍ବ ତୋଟାରେ

ବୁଲୁଥିଲି କେତେ ଆନନ୍ଦ ମନେ।


ବାପାଙ୍କର ଆକଟ ମାର ଗାଳି

ବୁଢ଼ୀ ମାର ସେନେହଁ ମୁଣି।


ବରଷା ବେଳରେ କାଗଜ ଡଙ୍ଗା

ଖବର କାଗଜ ହୁଅଇ ଭଙ୍ଗା।


ପିଲା ଦିନେ କେତେ ଅଝଟ କରେ

ନଦୀ ରେ ପସିକି ମାଛକୁ ଧରେ।


ଜାମୁ, ପିଜୁଳି ଗଛରେ ଚଢ଼େ

ମିଛି ମିଛିକା ମୁଁ ତଳକୁ ପଡେ।


ଆଜି ମନେ ପଡେ ସେ ପିଲା ଦିନ

ଅତୀତ ହେଲେବି ଅଛି ତା ଚିହ୍ନ।

କବୀ ତେଜସ୍ୱିନୀ ଶର୍ମିଷ୍ଠା ପଲାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children