Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics

4  

Sarojini Mishra

Classics

କାଳିଆ ଧନ-ଭଉଣୀ ସ୍ନେହ

କାଳିଆ ଧନ-ଭଉଣୀ ସ୍ନେହ

1 min
373



କାଳିଆ ଧନ ମୋ ସଂସ୍କୃତି ବାହକ

ମାନବୀୟ ବାର୍ତ୍ତାବହ

ଶିରି ମନ୍ଦିରର ଲୀଳା ଖେଳା ମଧ୍ୟେ

ସମାଜକୁ ଦିଏ ଦିଗ ।


କାଳିଆ ଧନର ମନ୍ଦିରର ନୀତି

ମାନବୀୟ ଗୁଣେ ଭରା

ପରିବାର ପାଇଁ ଦେଉଛି ବାରତା

ଆହା ମୋ କଳା ପସରା ।


ରାକ୍ଷୀ ପୂର୍ଣ୍ଣିମା ତା ଆଗକୁ ଆସୁଛି

ମନ ତାର ଛନ ଛନ

ପାଖେ ବସି ଅଛି ସୁଭଦ୍ରା ଭଉଣୀ

ବାନ୍ଧି ଦେବ ରାକ୍ଷୀ ଡୋର ।


ବଡ଼ ଭାଇ ର ଯେ ଜନମ ଦିବସ

ମନରେ କେତେ ଶରଧା

ଗେହ୍ଲୀ ଭଉଣୀର ସ୍ନେହର ରାକ୍ଷୀ କୁ

ଅନେଇ ରହିଛି ଜଗା ।


ରାକ୍ଷୀ ନୁହେଁ ଖାଲି ଡୋରଟିଏ ବୋଲି

ପ୍ରଚାର ସେ କରୁ ଅଛି

ଆନ୍ତରିକତାର ନିବିଡ଼ ବନ୍ଧନେ

ବାନ୍ଧି ହେବାକୁ ଚାହିଁଛି ।


ମନ ତା ଉଚ୍ଛନ୍ନ ହୁଏ ଛନ ଛନ

ରାକ୍ଷୀ ଟି ବାନ୍ଧିବ ବୋଲି

ଭାଇ ଭଉଣୀର ଅନାବିଳ ପ୍ରେମ

କଥା ଯେ ଦିଏ ପରଶି ।


ପାଖେ ବସାଇଛି ଭଉଣୀ କୁ ତାର

ଅଛିଣ୍ଡା ସଂପର୍କ କୁହେ

ଶାଶ୍ଵତ ସଂପର୍କେ ଭଟ୍ଟା ଯେ ନ ପଡ଼ୁ

କାନେ କାନେ କହୁଥାଏ ।


କଳା ଧନ ମୋର କାଳିଆ ସୁନା ଯେ

ଦିନ ବସି ଗଣୁ ଅଛି

ଭଉଣୀ ହାତରୁ ରାକ୍ଷୀ ବାନ୍ଧିବାକୁ

ମନ ଉଚ୍ଛନ୍ନ ହେଉଛି ।


କାଳିଆ ଧନ ମୋ ସଂପର୍କ ମହତ୍ତ୍ୱ

ଆଖି ଠାରରେ କହୁଛି

ପବିତ୍ର ଡୋରିକୁ ସାକ୍ଷୀ କରି ସିଏ

ଆଖି ଠାର ମାରୁ ଅଛି ।


ଭାଇ ଜୀବନରେ ଭଉଣୀର ସ୍ଥାନ

ସେ ସନ୍ଦେଶ ଦେଉ ଅଛି 

ଭଉଣୀ ମର୍ଯ୍ୟାଦା ରକ୍ଷା ପାଇଁ ସଦା

କାଳିଆ ଧନ ଚାହିଁଛି ।


କାଳିଆ ଧନ ମୋ ତରବର କିମ୍ପା

କାଲି ପରା ଅଟେ ରାକ୍ଷୀ

ତୁମେ ଦୁଇ ଭାଇ ଗେହ୍ଲି ଭଉଣୀର

ହାତରୁ ବାନ୍ଧିବ ରାକ୍ଷୀ ।


କାଳିଆ ଧନ ରେ ତୁ ରାକ୍ଷୀ ବାନ୍ଧିବୁ

ତୋହର ଭଉଣୀ ଠାରୁ

ମୁଁ ଯେ ବାନ୍ଧି ଦେବି ମୋ ଭାଇ ହାତରେ

ତୁ ଦେଖିବୁ ମନ୍ଦିରରୁ ।


ମୋ ଭାଇକୁ ଦବୁ ଖାଲି ଆଶୀର୍ବାଦ

ଜୀବନେ ଭରିବୁ ଖୁସୀ

ତାର ଚଲା ପଥ କୁସୁମିତ ହେଉ

ହେଉ ସେ ଜୀବନଦର୍ଶୀ ।


ନିବିଡ଼ ବନ୍ଧନ ଅତୁଟ ରହୁ ଯେ

ଅମ୍ଳାନ ରହୁ ସଂପର୍କ

ଜୀବନ ପଥର ବାଧାବିଘ୍ନ କୁ ସେ

କରିପାରୁ ଦୂରୀଭୂତ ।


କାଳିଆ ଧନରେ ତୋ ହାତରେ ତୁହି

ରାକ୍ଷୀ ବାନ୍ଧି ଖୁସୀ ଥାଆ

ବିଶ୍ଵ ଚେତନାକୁ ଭ୍ରାତୃତ୍ୱ ଧାରାରେ

ପ୍ରେମମୟ କରି ଯାଆ ।




Rate this content
Log in

Similar oriya poem from Classics