STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

"ତୁମେ କହିଥିଲ ନା-"

"ତୁମେ କହିଥିଲ ନା-"

2 mins
10



ମାଧବ-
ଜାଣିଛ - !!
ଅଙ୍କା ବଙ୍କା ଏ ଜୀବନ ପଥ
କେବେ ଖାଲ ପୁଣି କେବେ ଢିପ
ପଡ଼ି ଉଠି ପୁଣି ଚାଲିବା
କେବେ ବନ୍ଦ କରିନି
ଦୁଃଖରେ ଭାଙ୍ଗି ରୁଜି
ଚୁର୍‌ ମାର୍ ହୋଇନି
ଅଥବା 
ସୁଖରେ ଜୀବନର
ଛନ୍ଦ ହରାଇନି
ବର୍ଷା ଆସିଛି ପବନ ର ଋତୁ ହୋଇ
ବସନ୍ତ ଆସିଛି ଉଦ୍ଦାମତ୍ତାକୁ ସାଥେ ନେଇ
ସବୁଜିମା ପତରେ ପତରେ
ସିରି ସିରି ପବନର ଛୁଆଁ ଦେଇ
ତୁମ ସହ ରାଜିନାମା
ହୁଏ ତ ଭୁଲିନି -
ତୁମେ କହିଥିଲ ନା
ସମଭାବାପନ୍ନତା ର କଥା ....
ପାଳିବାକୁ ପ୍ରଚେଷ୍ଟା କରିଛି
ଗ୍ରୀଷ୍ମର ଝାଇଁ ଖରାର ଝାଞ୍ଜିର ଗଞ୍ଜଣା
ଝାଳ ହୋଇ ବାହାରି ଯାଇଛି
ଆଉ,
ପୁଣି ସଜଫୁଟା ମନ ନେଇ
କର୍ମର ଲଙ୍ଗଳ ଧରି
କର୍ତ୍ତବ୍ୟର ଡାକରା ଶୁଣିଛି
ତୁମେ କହିଥିଲ ନା
କର୍ମଯୋଗର କଥା....
ଅର୍ଜୁନଙ୍କ କାନ୍ଧରେ ତୁମେ ତ
କରିଥିଲ ଗାଣ୍ଡିବ ର ପୁନଃ ସ୍ଥାପନ
ତୁମେ ସିନା ମହାଭାରତ ଯୁଦ୍ଧରେ
କରିଥିଲ ଅର୍ଜୁନଙ୍କ ମୋହ ଭଂଗ
ତୁମେ ତ କହିଥିଲ
ମୋହଶୂନ୍ୟ କର୍ମର କଥା
ଧର୍ମର ପ୍ରତିଷ୍ଠା ପାଇଁ
ତୁମେ ବ୍ୟକ୍ତି ସ୍ୱାର୍ଥ ବିବର୍ଜିତ ହୋଇ
ଜାତି ସ୍ଵାର୍ଥ ନକ୍ସା କାଟି ଥିଲ
ଦ୍ୱାରିକାଧିଶ ରୁ ହୋଇଥିଲ
ରଥର ସାରଥୀ ।

ତୁମେ କହିଥିଲ ନା ....
ସ୍ୱୀକାରୋକ୍ତିର କଥା
ତୁମେ ପୁଣି ବାଣ୍ଟିଥିଲ
ସତ୍ୟର ଗାରିମା
ତୁମେ କରିଥିଲ ନା....
ନିଜକୁ ନିରେଖି ଦେଖିବାର
ଦୃଷ୍ଟିର ସତ୍ ସତ୍କାର
ବିପଦର ଫୁତ୍କାର ଧୈର୍ଯ୍ୟ ଶିଳାରେ
ପିଟି ହୋଇ ସତ୍ତା ହରାଇବା କଥା
ତୁମେ ବି କହି ।ଥିଲ...
କର୍ମରେ ଅଧିକାର କଥା
କର୍ତ୍ତବ୍ୟର ଭବିତବ୍ୟ କଥା
ଫଳାକାଂକ୍ଷା ପରିତ୍ୟେଜ  କଥା
ତୁମେ ବି କହିଥିଲ
ସ୍ୱଧର୍ମ ର ମହକର କଥା
ଆତ୍ମା ଆଉ ଶରୀରର
ଗୁଢ଼ ତତ୍ତ୍ଵ ଗାଥା
ଆଉ
ତୁମେ ବି କହିଥିଲ....
ଜୀବନ ସଂହିତାର
ଅସମାଧିତ ପ୍ରଶ୍ନର
ସରଳ ସମାଧାନର କଥା .
ସ୍ୱ ପରିଚାଳନା
ସ୍ୱ-ଧର୍ମ , ସ୍ଵ- ବିଚାର
ସ୍ୱ- ମନନ ସ୍ଵ- ଚିନ୍ତନ, ସ୍ଵ-ଧ୍ୟାୟର
ଚରମ ନିବେଷ ସୂତ୍ର, I
ମାଧବ-
ଜୀବନ ଜିଜ୍ଞାସାର
ସମାଧାନର ସାରଣୀର
ଟୀକା ଓ ଟିପ୍ପଣୀ
ଭୁଲିନି -
ଜୀବନେ ଶାନ୍ତି  ଉକୁଟେଇବାର
କଳାକୁ କାମରେ ଲଗାଇବାର
ପ୍ରୟାସ ଜାରି ରଖିଛି-
ହେଲେ ମାଧବ -
ହଠାତ୍ କାହିଁକି
ଥକ୍କାପଣ ଟା ଦାଉ ସାଧୁଛି
ମଝିରେ ମଝିରେ ମନ ମସ୍ତିଷ୍କକୁ
ଶିଥିଳ କରୁଛି -
ହେଲେ ରୋକିନି -
ହେ ମାଧବ
ତୁମର ପ୍ରାସାଦିକ ବାଣୀକୁ
ନା ମାନିବାର ହେଳା କରିଛି
ନା ତୁମକୁ କିଛି ମାଗିଛି
ହେଲେ
ଆଜି ମାଗୁଛି-
ଦୀନ ହୀନ କରିଦିଅ
ସର୍ବଶୂନ୍ୟ କରିଦିଅ
ନିଃଶ୍ଵତାରେ ଶ୍ରେଷ୍ଠତା ଦେଖାଅ
ଟୁକୁଡା ଟୁକୁଡା ହୋଇ ଭାଙ୍ଗିବା ପୂର୍ବରୁ
ଏ ପୃଥିବୀରୁ
ଅନୁର୍ହିତ କର - ମୃତ୍ୟୁ ସବାରୀରେ
ସତ୍ୟ ଆଉ ନିଷ୍ଠାକୁ ଅଳଙ୍କାର କରି ।

ସରୋଜିନୀ ମିଶ୍ର
ସତ୍ୟବାଦୀ , ପୁରୀ









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational