STORYMIRROR

Pratima Satpathy

Classics

4  

Pratima Satpathy

Classics

କୁନିର ରାକ୍ଷୀ ବନ୍ଧା

କୁନିର ରାକ୍ଷୀ ବନ୍ଧା

1 min
344


ଶ୍ରାବଣ ପୁନେଇଁରେ ଶ୍ରାବଣ ପୁନେଇଁ

କୁନି ର ଆନନ୍ଦ ଆଜି ହେଉନି କହି।


ଭାଇର ହାତରେ ଆଜି ବାନ୍ଧିବ ରାକ୍ଷୀ

ଧୂପ ଦୀପ ଚନ୍ଦନ ଓ ଅକ୍ଷତ ରଖି ।


ମିଠା ଖୋଇଦେବ ଆଜି ଭାଇଙ୍କୁ ତାର

ପ୍ରଣାମ କରିବ ଧରି ଦୁଇ ପୟର।


ଭାଇ ତା ନେବେ କୋଳେଇ ହୋଇଟି ଖୁସି

ଆନନ୍ଦରେ ଭାଇ କୋଳେ ଯିବ ସେ ବସି।


 ଉପହାର ଦେବେ ଭାଇ ହୋଇ ଉଷତ

ସେ ପାଇଁ ବସିଛି ଚାହିଁ ଭାଇଙ୍କ ପଥ।


ଦୂର ଦେଶେ ରହିଛନ୍ତି ଭାଇ ତାହାର

କହିଥିଲେ ରାକ୍ଷୀ ଦିନ ହେବେ ହାଜର।


ଚାହିଁ ଚାହିଁ ବେଳ ଆସି ବାରଟା ହେଲା

ଭାଇ ଆସିଲେନି ତାର ବସି କାନ୍ଦିଲା।


ମାଆ ଆସି ଡାକିଲେ ତୁ ଆ ଖାଇବୁ

କେତେବେଳ ଯାଏଁ ଆଉ ଭୋକେ ରହିବୁ।


ଖାଇବିନି ଆଜି ମୁହିଁ ନ ବାନ୍ଧି ରାକ୍ଷୀ

ଭାଇ ଆସିବା ବାଟକୁ ଚାହିଁଛି ବସି।


ଆସିଗଲେ ଭାଇ ତାର ଗାଡ଼ିରେ ବସି

ଟେକିନେଲେ କୁନିକୁ ସେ ଦେଲା ଯେ ହସି ।


ରାକ୍ଷୀ ବାନ୍ଧିଲା ଯେ ଭାଇ ହାତରେ ତାର

ରାଗ ଅଭିମାନ ସବୁ ହୋଇଲା ଦୂର।


ଠାକୁରଙ୍କ ପାଖେ ଭାଇ ଶୁଭ ମନାସି

ଘିଅ ଦୀପ ଜାଳିଲା ସେ ହୋଇଣ ଖୁସି ।


ବରଷକେ ଥରେ ହୁଏ ରକ୍ଷା ବନ୍ଧନ

ଭାଇ ଭଉଣୀ ଙ୍କ ଏ ପବିତ୍ର ବନ୍ଧନ।


ବଳୀ ହାତେ ରାକ୍ଷୀ ବାନ୍ଧି ମାଆ କମଳା

ମୁକୁଳାଇ ଆଣିଥିଲେ ପ୍ରଭୁଙ୍କୁ ପରା।


ସେହିଦିନୁ ଚାଲିଛି ଏ ରକ୍ଷା ବନ୍ଧନ

ପ୍ରଭୂ ବଳଭଦ୍ରଙ୍କର ଜନମ ଦିନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics