STORYMIRROR

Bhagaban Otta

Classics Others

4  

Bhagaban Otta

Classics Others

ପବିତ୍ର ବନ୍ଧନ

ପବିତ୍ର ବନ୍ଧନ

1 min
396

ବରଷକେ ଥରେ ଆସିଅଛି ରାକ୍ଷୀ

ଖୁସିର ପସରା ନେଇ,

ଭାଇ ଭଉଣୀ ର ପବିତ୍ର ବନ୍ଧନ

ଅତୁଟ ବିଶ୍ୱାସ ଏଇ ll


ଆମ ପରମ୍ପରା ଆମର ସଂସ୍କୃତି

ମହାନ ଅଟେ ଧରାରେ,

ଯୁଗେ ଯୁଗେ ଭାଇ ଭଉଣୀ ଙ୍କ ସ୍ନେହ

ବନ୍ଧା ହୁଅଇ ଡୋରରେ ll


ସିନ୍ଦୁର ଚନ୍ଦନ ମଥାରେ ଲଗାଇ

ହାତେ ଧରି ପୂଜା ଥାଳି,

ବନ୍ଦା ପନା କରି ଭାଇ ହାତ ଧରି

ବାନ୍ଧି ଦେଇ ଥାଏ ଡୋରୀ ll


ଡୋରୀ ବାନ୍ଧିଦେଇ ଭାଇର ହସ୍ତରେ

ମିଠା କୁ ଦିଏ ଖୁଆଇ,

ମିଠା ପରି ହେଉ ସମ୍ପର୍କ ମଧୁର

ଚିର କାଳ ଥାଉ ରହି ll


ଭଉଣୀର ମାନ ଅଭିମାନ ଯେତେ

ହସି ହସି ଯିବି ସହି,

ସୁଖ ହେଉ ଅବା ଦୁଃଖ ସମୟରେ

ତୋ ପାଖରେ ଥିବି ରହି ll


ସବୁ ବିପଦ କୁ ସାମନା କରିବି

ଦୁଃଖ ଆଣି ଦେବି ନାହିଁ,

ତୋ ମୁଖରେ ସଦା ହସ ଭରିଦେବି

କଥା ଦେଉ ଅଛି ଭାଇ ll


ଅମୂଲ ମୂଲ ସେ ଡୋରୀର ବନ୍ଧନ

ସମ୍ପର୍କ ର ମାନ ନେଇ,

ଭଉଣୀ ସୁରକ୍ଷା ଦେବା ପାଇଁ ଭାଇ

ସଦା ତତପର ଥାଇ ll


ପବିତ୍ର ସମ୍ପର୍କ ଭାବ ର ଏ ଡୋରୀ

ଭଉଣୀ ର ଏହି ରାକ୍ଷୀ,

କାହିଁ କେତେ କାଳୁ ଚଳୁଛି ଏ ପ୍ରଥା

ସାକ୍ଷୀ ଆମ ଚକାଆଖି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics