ମାଆ ସମଲାଇ
ମାଆ ସମଲାଇ
ମାଆ ସମଲାଇ ଲୋ
ତୋ'ର ପାଦେ କୋଟି ଜୁହାର
ମାଆ ସମଲାଇ ଲୋ
ତୋ'ର ପାଦେ କୋଟି ଜୁହାର
ତୋ'ର ନାମ ନିତି ସଞ୍ଜ ସକାଳରେ
ତୋ'ର ନାମ ନିତି ସଞ୍ଜ ସକାଳରେ
ତୁଣ୍ଡେ ଧରୁଅଛି
କର ଉଦ୍ଧାର ।
ସମ୍ବଲ ପୁରରେ ନାମ ସମଲାଇ
କାକଟ ପୁରରେ ମଙ୍ଗଳା ମା'ତୁହି
ସମ୍ବଲ ପୁରରେ ନାମ ସମଲାଇ
କାକଟ ପୁରରେ ମଙ୍ଗଳା ମା'ତୁହି ।
ଝଙ୍କଡରେ ତୁହି ମା'ଶାରଳା ଲୋ
ଝଙ୍କଡରେ ତୁହି ମା'ଶାରଳା ଲୋ
ପୁରୀରେ ବିମଳା
ମାଆ ତୁ ମୋର ।
ଯାଜପୁରେ ମାଆ ବିରଜା ବୋଲାଉ
ବାଙ୍କୀରେ ଚର୍ଚ୍ଚିକା ନାମ ବହିଥାଉ
ଯାଜପୁରେ ମାଆ ବିରଜା ବୋଲାଉ
ବାଙ୍କୀରେ ଚର୍ଚ୍ଚିକା ନାମ ବହିଥାଉ ।
ବାଣପୁରେ ତୁ ଲୋ ମାଆ ଭଗବତୀ
ବାଣପୁରେ ତୁ ଲୋ ମାଆ ଭଗବତୀ
ଜଗତ ଜନନୀ
ନାମ ତୋହର ।
ସାରା ଓଡିଶାରେ ଉଡେ ତୋର ଯଶ
ଧବଳ ମୁଖୀ ମା' ନ ଥାଏ ତୋ ରୋଷ
ସାରା ଓଡିଶାରେ ଉଡେ ତୋର ଯଶ
ଧବଳ ମୁଖୀ ମା' ନ ଥାଏ ତୋ ରୋଷ ।
ମାଆ ବୋଲି ଥରେ ମୁଖେ ଉଚ୍ଚାରିଲେ...
ମାଆ ବୋଲି ଥରେ ମୁଖେ ଉଚ୍ଚାରିଲେ...
ରୋଗ ଶୋକ ବ୍ୟାଧି
ହୁଅଇ ଦୂର ।
ତୋ'ର କୃପା ବଳେ ପଙ୍ଗୁ ଲଙ୍ଗେଗିରି
ସାରା ସଂସାରରେ ମାଆ ତୁ ସବୁରି
ତୋ'ର କୃପା ବଳେ ପଙ୍ଗୁ ଲଙ୍ଗେଗିରି
ସାରା ସଂସାରରେ ମାଆ ତୁ ସବୁରି ।
ଅବୋଧ ସନ୍ତାନ ନାହିଁ ବୁଦ୍ଧି ଜ୍ଞାନ
ଅବୋଧ ସନ୍ତାନ ନାହିଁ ବୁଦ୍ଧି ଜ୍ଞାନ
ଶରଣ ରଖ ମା'
ଚରଣେ ତୋ'ର ।
ପୂଜା ଅରଚନା ଜଣା ନାହିଁ ମୋତେ
ଭକ୍ତିରେ ନୈବେଦ୍ୟ ଦେଇ ପୁଜେ ତୋତେ
ପୂଜା ଅରଚନା ଜଣା ନାହିଁ ମୋତେ
ଭକ୍ତିରେ ନୈବେଦ୍ୟ ଦେଇ ପୁଜେ ତୋତେ ।
ଦୀନ ଭଗବାନ କରେ ନିବେଦନ
ଦୀନ ଭଗବାନ କରେ ନିବେଦନ
ଏ ଦୁଃଖୀ କୁ ମା'ଲୋ
ଉଦ୍ଧାର କର ।
ମାଆ ସମଲାଇ ଲୋ
ତୋ'ର ପାଦେ କୋଟି ଜୁହାର
ମାଆ ସମଲାଇ ଲୋ
ଘେନାକର ମୋର ଜୁହାର ।
ତୋ'ର ନାମ ନିତି ସଞ୍ଜ ସକାଳରେ
ତୋ'ର ନାମ ନିତି ସଞ୍ଜ ସକାଳରେ
ତୁଣ୍ଡେ ଧରୁଅଛି
କର ଉଦ୍ଧାର ।
ମାଆ ସମଲାଇ ଲୋ
ତୋ'ର ପାଦେ କୋଟି ଜୁହାର
ମାଆ ସମଲାଇ ଲୋ
ତୋ'ର ପାଦେ କୋଟି ଜୁହାର ।
