STORYMIRROR

Bhagaban Otta

Classics Others

4.5  

Bhagaban Otta

Classics Others

ଜଗନ୍ନାଥ ମୋର ଭାବ ଠାକୁର

ଜଗନ୍ନାଥ ମୋର ଭାବ ଠାକୁର

1 min
236


ଜଗନ୍ନାଥ ଙ୍କର ମୁଖ ମଣ୍ଡଳ

ଭାବରେ ଭାବିଲେ ଚିତ୍ତ ନିର୍ମଳ,

ଆପେ ବହିଯାଏ ଲୁହର ଧାର

ଜଗନ୍ନାଥ ମୋର ଭାବ ଠାକୁର

ଜଗନ୍ନାଥ ମୋର ଭାବ ଠାକୁର ।


ଓଁ କାର ଵିନ୍ଦୁରୁ ସୃଷ୍ଟି ଠାକୁର

ସ୍ୱରୂପ ଗଢିଲେ କଳା ଠାକୁର,

ରୁପକୁ ଦେଖିଲେ ଭକତ ଗଣ

ମନ ହରି ନିଏ ଚକାନୟନ

ଭକ୍ତ କୁ ସହାୟ ହୁଅ ଠାକୁର

ଜଗନ୍ନାଥ ମୋର ଭାବ ଠାକୁର ।


ବାହ୍ୟ ଅନ୍ତରରେ ତୁମରି ମୁଖ

ମନରେ ଭାବିଲେ ଖଣ୍ଡଇ ପାପ,

ପାପ ହରିବାକୁ ତୁମେ ବସିଛ

ଭକ୍ତ ମନକଥା ସବୁ ଜାଣୁଛ

ଭକ୍ତ କୁ ସହାୟ ହୁଅ ଠାକୁର

ଜଗନ୍ନାଥ ମୋର ଭାବ ଠାକୁର ।


ଦର୍ଶନ ଲଭିବା ପାଇଁ ଶ୍ରୀ ମ

ୁଖ

ଆସନ୍ତି କାହୁଁ କେତେ ଦୂରୁ ଭକ୍ତ,

ଭକ୍ତ ର ଅନ୍ତର ଭାବକୁ ଦେଖି

ସଂସାର ମାୟାରେ ବାନ୍ଧେ ଶ୍ରୀ ପତି

ଭକ୍ତ କୁ ସହାୟ ହୁଅ ଠାକୁର

ଜଗନ୍ନାଥ ମୋର ଭାବ ଠାକୁର ।


କେତେ ମୁନି ଋଷି ଆସନ୍ତି ଧାଇଁ

ତୁମ୍ଭ କଳାମୁଖ ଦେଖିବା ପାଇଁ,

କଳା ବଦନରେ କି ଯାଦୁ ତୋର

ଭକ୍ତ ମନ ହର ହେ ବଂଶୀଧର

ଭକ୍ତ କୁ ଉଦ୍ଧାର କର ଠାକୁର

ଜଗନ୍ନାଥ ମୋର ଭାବ ଠାକୁର ।


ଜଗନ୍ନାଥ ଙ୍କର ମୁଖ ମଣ୍ଡଳ

ଭାବରେ ଭାବିଲେ ଚିତ୍ତ ନିର୍ମଳ,

ଆପେ ବହିଯାଏ ଲୁହର ଧାର

ଜଗନ୍ନାଥ ମୋର ଭାବ ଠାକୁର

ଜଗନ୍ନାଥ ମୋର ଭାବ ଠାକୁର

ଜଗନ୍ନାଥ ମୋର ଭାବ ଠାକୁର ।



Rate this content
Log in

Similar oriya poem from Classics