ରାକ୍ଷୀ ବାନ୍ଧିଲେ ତୋ ରଖିବି ମାନ
ରାକ୍ଷୀ ବାନ୍ଧିଲେ ତୋ ରଖିବି ମାନ
ରାକ୍ଷୀ ବାନ୍ଧିଲେ ତୋ
ରଖିବି ମାନ,
ରାକ୍ଷୀ ବାନ୍ଧିଲେ ତୋ
ରଖିବି ମାନ।
ଆସୁ ପଛେ ଯେତେ
ବାଧା ଆଉ ବିଘ୍ନ,
ଭଉଣୀ ର ସଦା
ରଖିବି ମାନ l
ତା ଆଖିରେ କେବେ
ଲୁହ ଦେବି ନାହିଁ,
ଭୁଲି ଯିବି ନାହିଁ
ଭଉଣୀ ସ୍ନେହ ।
ରାକ୍ଷୀ ବାନ୍ଧିଲେ ତୋ
ରଖିବି ମାନ,
ରାକ୍ଷୀ ବାନ୍ଧିଲେ ତୋ
ରଖିବି ମାନ ।
ସ୍ନେହ ମମତା ର
ସମ୍ପର୍କ କୁ ନେଇ,
ବ୍ୟାକୁଳ ହେଉଛି
ଭଉଣୀ ମନ l
ଭାଇର ହାତରେ
ରାକ୍ଷୀ ବାନ୍ଧିବାକୁ,
ଜଗି ବସିଅଛି
ନ କରି ମାନ ।
ଭାଇ ଭଉଣୀ ଙ୍କ
ପବିତ୍ର ବନ୍ଧନ,
ଭାଇ କୁ ଦେଖି ତା
ମନ ଉଚ୍ଛନ l
ଭାଇ ହାତେ ରାକ୍ଷୀ
ବାନ୍ଧି ଦେଇ ମିଠା,
ଭାଇକି ଖୁଆଏ
କରି ଯତନ. ।
ରାକ୍ଷୀ ବାନ୍ଧିଲେ ତୋ
ରଖିବି ମାନ,
ରାକ୍ଷୀ ବାନ୍ଧିଲେ ତୋ
ରଖିବି ମାନ ।
ରାକ୍ଷୀ ବଦଳରେ
ଭାଇ ଦେଇ ଥାଏ,
ଉପହାର ଜାଣି
ଭଉଣୀ ମନ l
ଭଉଣୀ ର ପାଇଁ
ଭାଇ ଟିଏ ସଦା,
ଦେଇ ପାରେ ତାକୁ
ତା'ର ଜୀବନ ।
କୁରୁ ସଭା ତଳେ
ଵିଵସନା କୃଷ୍ଣା,
ସ୍ମରଣେ ବସ୍ତ୍ର କୁ
କଲେ ପ୍ରଦାନ l
ରକ୍ଷାର କବଚ
ସାଜି ଥିଲେ ପ୍ରଭୁ,
ରଖି ଦେଇ ଥିଲେ
ଦ୍ରୌପଦୀ ମାନ ।
ରାକ୍ଷୀ ବାନ୍ଧିଲେ ତୋ
ରଖିବି ମାନ,
ରାକ୍ଷୀ ବାନ୍ଧିଲେ ତୋ
ରଖିବି ମାନ ।
ଆସୁ ପଛେ ଯେତେ
ବାଧା ଆଉ ବିଘ୍ନ,
ଭଉଣୀ ର ସଦା
ରଖିବି ମାନ l
ତା ଆଖିରେ କେବେ
ଲୁହ ଦେବି ନାହିଁ,
ଭୁଲି ଯିବି ନାହିଁ
ଭଉଣୀ ସ୍ନେହ ।
ରାକ୍ଷୀ ବାନ୍ଧିଲେ ତୋ
ରଖିବି ମାନ,
ରାକ୍ଷୀ ବାନ୍ଧିଲେ ତୋ
ରଖିବି ମାନ ।
