STORYMIRROR

Bhagaban Otta

Classics Others

4  

Bhagaban Otta

Classics Others

ରଜ ମଉଜ

ରଜ ମଉଜ

1 min
321

ଓଡିଶା ର ଏକ ଜାତୀୟ ପରବ

ରଜ ପରବରେ ଗଣା,

ପୂର୍ଵ ଓଡିଶା ରେ ସମସ୍ତେ ଜାଣନ୍ତି

ନାହିଁ କାହାକୁ ଅଜଣା ।


ରଜ ପୂର୍ଵ ଦିନ ସାଜ ଶଯ୍ୟା ହୁଏ

ରଜ ପାଇଁ ଆୟୋଜନ,

ପାରମ୍ପରିକ ଏ ପ୍ରଚଳିତ ପର୍ବ

ଆନନ୍ଦ ରେ କଟେ ଦିନ ।


ଚାରି ଦିନ ରଜ ପାଳନ କରନ୍ତି

ପ୍ରଥମେ ପହିଲି ରଜ,

ଦ୍ୱିତୀୟ ଦିନଟି ରଜ ସଂକରାନ୍ତି

ବନ୍ଦ ହୁଏ କାମ କାର୍ଯ୍ୟ ।


ତୃତୀୟ ଦିନଟି ହୋଇଲେ ପ୍ରବେଶ

ବୋଲାଏ ଭୂଇଁ ଦହନ,

ଚତୁର୍ଥ ଦିବସ ହେଲେ ଉପଗତ

ବସୁମତୀ ହେବେ ସ୍ନାନ ।


ଝିଅ ବୋହୁ ମାନେ ନୂଆ ଲୁଗା ପିନ୍ଧି

ହୋଇଥାନ୍ତି ସଜ ବାଜ,

କୁଆଁରୀ ଝିଅଟି ଅଳତା ଲଗାଇ

କରୁଥାଏ ବଡ଼ ଲାଜ ।


ପିଲାଠାରୁ ବୁଢା ସଭିଙ୍କର ମନ

ହୋଇଯାଏ ଉଲ୍ଲସିତ,

ଝିଅ ମାନେ ମିଳି ଖେଳିଥାନ୍ତି ଦୋଳି

ଗାଇ ରଜଦୋଳି ଗୀତ ।


ରଜର ଆସର ଲୁଡୁ ତାସ ଖେଳ

ଚାରି ଦିନ ଧରି ଜମେ,

ମଜା ମଉଜରେ ଦିନ ବିତିଯାଏ

ମନ ଲାଗେନାହିଁ କାମେ ।


ରଜ ଗୀତ ଗାଇ ଯୁବକ ଯୁବତୀ

ନାଚୁଥାନ୍ତି ନାନା ରଙ୍ଗେ,

ପୋଡପିଠା ଆଉ ଖିଲିପାନ ଖାଇ

ଖେଳନ୍ତି ସଭିଙ୍କ ସଙ୍ଗେ ।


କୃଷି ଭିତ୍ତିକ ଏ ରଜ ପରବଟି

ଓଡିଶା ର ବଡ଼ ପର୍ବ,

କୃଷକ ଭାଇଟି ସଜ ବାଜ ହୁଏ

ଏଇ ଓଡ଼ିଆ ର ଗର୍ବ ।


ଆମ ଏ ସଂସ୍କୃତି ପରମ୍ପରା ନୀତି

ଆମକୁ କରେ ମହାନ,

ଅତୀତର ସୃତି ବଜାଇ ରଖିବା

ଆମେ ହେବାନି କେବେ ବିଛିନ୍ନ ।


Rate this content
Log in

Similar oriya poem from Classics