STORYMIRROR

ବି. ନିରୁପମା

Others

4  

ବି. ନିରୁପମା

Others

ଧରିନିଅ ଏବେ ହାତ

ଧରିନିଅ ଏବେ ହାତ

1 min
711


ତୁମରି ଗଳାରେ ବରମାଳା ଦେଇ

ବରିଲି ହୃଦୟେଶ୍ବର ,

ଏ ବଦନ ଦେଖି ସ୍ମରଣ ଆସିଲା

ସାଥୀ ସାତ ଜନମର ।


ତୁମ ନୟନର ବାଙ୍କଚାହାଣିଟି

ମୋହିନେଲା ମୋର ମନ ,

ରଙ୍ଗା ଅଧରର ଦରହାସ ଦେଖି

ବଶ ହେଲି ଭଗବାନ ।


ଜଗନ୍ନାଥ ନାମ ବହି ଜଗତର

ଦୁଃଖ କରୁଅଛ ନାଶ ,

ଇଚ୍ଛା କଲି ତେଣୁ-ତୁମ୍ଭରି ଗୃହରେ

ସଦା କରିବାକୁ ବାସ ।


ମଣିମା,ମଣିମା ତୁମ୍ଭଙ୍କୁ ଡାକିଲେ

ଶୁଣିବ ଜଗତ କଥା ,

ଜଗତବାସୀଙ୍କୁ ବାଣ୍ଟିବି ମୁଁ ପଡ଼ି

ଅନୁମତି ଦେଲେ ଧାତା ।


ମୁଁ ସାଗର କନ୍ୟା ହୋଇଯିବି ଧନ୍ୟା

ତୁମରି ସାନିଧ୍ୟ ପାଇ ,

ପାଳନ କରିବି ତବାଦେଶ ଯାହା

ବଡ଼ଦେଉଳରେ ଥାଇ ।


ତୁମରି ଚରଣେ ତନୁ ମନ ମୋର

ସବୁ ଅରପିଲି ନାଥ ,

ଏ ବରମାଳାକୁ ଗଳାରେ ଲମ୍ବାଇ

ଧରିନିଅ ଏବେ ହାତ ।


Rate this content
Log in