STORYMIRROR

Gouri Panda

Classics

4  

Gouri Panda

Classics

କୁଆଁରୀ ପୁନେଇଁ

କୁଆଁରୀ ପୁନେଇଁ

1 min
390


କୁଆଁର ପୁନେଇଁ ଜହ୍ନ ଗୋ

ଫୁଲ ବଉଳବେଣୀ। 

କୁଆଁରୀ ମନର

କୁଆଁରୀ ଆଶାର 

ସପନ ତୁ ଆଣି ଦେଉ ଗୋ 

ଫୁଲ ବଉଳବେଣୀ।୧

ମନର ମଣିଷ 

ପାଇବାର ଆଶ 

କୁଆଁରୀ ପାଳଇ ବ୍ରତ ଗୋ 

ଫୁଲ ବଉଳବେଣୀ।୨

ସକାଳୁ ପ଼ହରୁ 

ଚଉଁରା ମୂଳରୁ 

ମନକୁ କରଇ ସଜ ଗୋ 

ଫୁଲ ବଉଳବେଣୀ। ୩

ଏକ ମାସ ଧରି 

ରହି ଶାକାହାରୀ 

ମନ କରିଥାଏ ଶୁଦ୍ଧ ଗୋ 

ଫୁଲ ବଉଳବେଣୀ। ୪

ନିତି ସଞ୍ଜ ବେଳେ 

ଜହ୍ନି ଓଷା ବେଳେ 

ମଣ୍ଡିଥାଏ କେତେ ଫୁଲ ଗୋ 

ଫୁଲ ବଉଳବେଣୀ। ୫

ବର ସେ କିପରି 

କାର୍ତ୍ତିକେୟ ପରି 

ପାଇବାକୁ ତାର ଆଶା ଗୋ 

ଫୁଲ ବଉଳବେଣୀ। ୬

ଦିନ ସାରା ପୁଣି 

ଉପବାସ ଆଣି 

ଜାଗର ଜାଳିଇ ପରା ଗୋ 

ଫୁଲ ବଉଳବେଣୀ। ୭

ଫୁଲ ଆଞ୍ଜୁଳାକୁ 

ଖଇ ଆଞ୍ଜୁଳାଏ 

ଜହ୍ନ କୁ ଦିଅଇ ପରା ଗୋ 

ଫୁଲ ବଉଳବେଣୀ। ୮

କୁଆଁର। ପୁନେଇଁ 

ଶେଷ ଦିନ ପାଇଁ 

ଛଣାହୁଏ କେତେ ପିଠା ଗୋ 

ଫୁଲ ବଉଳବେଣୀ। ୯

ପୁଚି ଖେଳ ଖେଳି 

କୁଆଁରୀ ଙ୍କ ମେଳି 

ରାତି ଯାଏ ପରା ବିତି ଗୋ। 

ଫୁଲ ବଉଳବେଣୀ। ୧୦

କଉଡି ଖେଳ ରେ 

ତାସ ର ପତାରେ

ସଭିଙ୍କର ମନ ଥାଏ ଗୋ। 

ଫୁଲ ବଉଳବେଣୀ। ୧୧

କୁଆଁର ପୂର୍ଣ୍ଣିମା 

ନାହିଁ ତା ଉପମା 

ଆସୁଥାଉ ପ୍ରତି ବର୍ଷ ଗୋ। 

ଫୁଲ ବଉଳବେଣୀ ।୧୨


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics