STORYMIRROR

Sagar Kumar Parida

Abstract Classics

4  

Sagar Kumar Parida

Abstract Classics

ଦୀପାବଳୀ

ଦୀପାବଳୀ

1 min
509

ଦୀପାବଳି ତୁମେ ଆଲୋକର ପର୍ବ

ଆମରି ଭାରତ ବର୍ଷେ,

ଅସତ୍ୟ ଉପରେ ସତ୍ୟର ବିଜୟ

ନାମଟି ତୁମରି ଘୋଷେ।।

ପୂର୍ବ ପୁରୁଷଙ୍କୁ ଏହି ଦିନଟିରେ

ଦିଆଯାଏ ପିଣ୍ଡଦାନ,

ବଡ଼ ବଡ଼ିଆର ମଧୁର ସଂଗୀତ

କିଣି ନେଇଥାଏ ମନ।।

ବାଣ ରୋଷଣୀରେ ଦୁଲୁକିଯାଏଟି

ଆମରି ଗାଁ ସହର,

ଘରେ ଘରେ ପିଠାପଣା ହୋଇଥାଏ

ମନ ଆନନ୍ଦେ ବିହାର।।

ପରିବାର ପ୍ରତି ସଦସ୍ୟ ଏଦିନ

କାଉଁରିଆ କାଠି ଧରି,

ପୂର୍ବ ପୁରୁଷଙ୍କୁ ଦୀପଦାନ କରି

ପ୍ରଣମନ୍ତି ବୋଲି ହରି।।

କୃଷିର ପରବ ତୁମେ ସିନା ଅଟ

ପୋକ ଯୋକ ଦୁରପାଇଁ,

ବିଭିନ୍ନ ଦେଶରେ ତୁମରି ପ୍ରଭାବ

ବିଶ୍ୱେ ଶାନ୍ତି ବାର୍ତ୍ତା ଦେଇ।।

ପ୍ରତିବର୍ଷେ ତୁମେ ଆସ ଏହିପରି

ମରତ ଭୂମିକୁ ଚାଲି,

ଖୁସି ହେଉଥିବୁ ତୁମ ଆଗମନେ

ଏକତାର ଗୀତ ଗାଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract