STORYMIRROR

Sagar Kumar Parida

Classics

3  

Sagar Kumar Parida

Classics

ପଣା ସଂକାନ୍ତି

ପଣା ସଂକାନ୍ତି

1 min
25

ମଧୁର ବସନ୍ତ ମଧୁ ବୋଳାସ୍ମୃତି ସମୟ ଗର୍ଭେ ଲୁଚାଇ

ବିଷମ ଗ୍ରୀଷମେ ନିମନ୍ତ୍ରଣ କଲା ଧରାରେ ରାଜୁତି ପାଇଁ ।।

ମେଷେ ଅବସ୍ଥାନ କଲେ ଅଂଶୁମାନ ଓଡ଼ିଆ ନବ ବର୍ଷରେ

ପ୍ରଥମ ସଂକ୍ରାନ୍ତି ଏ ମହାବିଷୁବ ଆଦ୍ୟପର୍ବ ଉତ୍କଳରେ ।।

ପବନ ତନୟ ଆଞ୍ଜନେୟଙ୍କର ଜୟନ୍ତିର ଅବସର

ବେଲପଣା ଯାନିଯାତ୍ରା ମହୋତ୍ସବେ ମୁଖର ପଲ୍ଲୀ ନଗର ।।

ଖରକର କର ହୁଅଇ ପ୍ରଖର ସନ୍ତାପିତ ଚରାଚର

ସଲିଳ ଅଭାବେ ତୃଷାର ପ୍ରଭାବେ ରହେ ଅଂଶୁଘାତ ଡର ।।

ଶୈବପୀଠ ଶକ୍ତିପୀଠରେ ପାଳିତ ଝାମୁଯାତ୍ରା ମନୋହର

ଦଣ୍ଡବ୍ରତ ଧାରୀ ନିଷ୍ଠାକୁ ଆଚରି ଚାଲନ୍ତି ଅନଳ ପର।।

ଶୁଷ୍କ ହୁଏ ସର ସରିତ କାସାର ଜଳଚରଙ୍କର କାଳ

ତୃଷିତ ବିହଙ୍ଗେ ହୁଅନ୍ତି ଆତୁର ପାଇବାକୁ ଟୋପେ ଜଳ ।।

ଏ ପୁଣ୍ୟ ମାସରେ ଛାତ ପରେ ରଖ ଜଳ ପରିପୂର୍ଣ୍ଣ ପାତ୍ର

ସେ ଜଳକୁ ପିଇ ତୃଷିତ ବିହଙ୍ଗେ ଲଭିବେ ପ୍ରାଣେ ଆଶ୍ବସ୍ତ ।।

ଜଳ ଛତ୍ର ଦାନ ପାଦପ ରୋପଣ କରିବା ଜୀବନେ ବ୍ରତ

ନବ ବରଷର ଶୁଭ ଅବସରେ ଚିନ୍ତ ପ୍ରଭୁ ଜଗନ୍ନାଥ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics