STORYMIRROR

Bhagaban Otta

Classics Others

4  

Bhagaban Otta

Classics Others

ଭାବରେ ବନ୍ଧା ଠାକୁର

ଭାବରେ ବନ୍ଧା ଠାକୁର

1 min
293

ଭାବକୁ ନିକଟ ଅଭାବ କୁ ଦୂର

ଭାବରେ ବନ୍ଧା ଠାକୁର,

କେମିତି ଡାକିବି ତୋତେ ରେ କାଳିଆ

ଭକ୍ତି ଭାବ ନାହିଁ ମୋର... ପ୍ରଭୁ ହେ...

ଭକ୍ତି ଭାବ ନାହିଁ ମୋର...ll


ଦେହଟି ମୋହର ମାୟାର ପଞ୍ଜୁରୀ

ପକ୍ଷୀ ଟି ଆତ୍ମା ମୋହର,

ଜାଣେ ନାହିଁ କେହି କେବେ ଉଡିଯିବ

କରିଦେଇ ସାତ ପର...ପ୍ରଭୁ ହେ...

କରିଦେଇ ସାତ ପର...l


ଏତିକି ଜାଣିଛି ମୁହିଁ ଗୋଟେ ଆତ୍ମା

ତୁମେ ପରମାତ୍ମା ମୋର,

ତୁମ ନାମ ଧରି ଦିନ କାଟୁ ଅଛି

ଆତ୍ମା କରିବ ଉଦ୍ଧାର ...ପ୍ରଭୁ ହେ...

ଆତ୍ମା କରିବ ଉଦ୍ଧାର ...ll


ତୁମେ ପରମାତ୍ମା ଜଗତର ପିତା

ଗଢିଛ ସାରା ସଂସାର,

ତୁମରି ଆଦେଶ ହେଲେ ଯାଇ ପ୍ରଭୁ

ହଲିବ ଗଛ ପତର....l


ତୁମେ ସୃଷ୍ଟି କର୍ତ୍ତା ସଂହାର କରତା

ପାଳୁଛ ସାରା ସଂସାର,

ସକଳ ପ୍ରାଣରେ ତୁମେ ବିରାଜିତ

ଆତ୍ମା କରିବ ଉଦ୍ଧାର ...ପ୍ରଭୁ ହେ...

ଆତ୍ମା କରିବ ଉଦ୍ଧାର ...ll


ତୁମ ପାଇଁ ପ୍ରଭୁ ସଜାଇ ରଖିଛି

ଠାକୁର ଘରକୁ ମୋର,

ସକାଳ ସନ୍ଧ୍ୟା ରେ ତୁମକୁ ପୂଜୁଛି

ନାମ ଧରି ତୁଣ୍ଡେ ମୋର.... l


ତୁମରି ସୃଷ୍ଟି ରେ ମୁଁ ମୂର୍ଖ ଅଜ୍ଞାନ

ଭାବ ଭକ୍ତି ନାହିଁ ମୋର,

ଦୋଷ ଥିଲେ ତଵ ଶରଣ ପସୁଛି

ଆତ୍ମା କରିବ ଉଦ୍ଧାର ...ପ୍ରଭୁ ହେ...

ଆତ୍ମା କରିବ ଉଦ୍ଧାର ...ll


ଭାବକୁ ନିକଟ ଅଭାବ କୁ ଦୂର

ଭାବରେ ବନ୍ଧା ଠାକୁର,

କେମିତି ଡାକିବି ତୋତେ ରେ କାଳିଆ

ଭକ୍ତି ଭାବ ନାହିଁ ମୋର... ପ୍ରଭୁ ହେ...

ଭାବରେ ବନ୍ଧା ଠାକୁର... ପ୍ରଭୁ ହେ...

ଆତ୍ମା କରିବ ଉଦ୍ଧାର ......ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics