ଓଁ ଗଣେଶାୟ ନମଃ
ଓଁ ଗଣେଶାୟ ନମଃ
ଆହେ ପ୍ରଭୁ ଗଜାନନ
ଘେନ ମୋର ନିବେଦନ -
ଆହେ ପ୍ରଭୁ ଗଜାନନ... l
ତୁମେ ଅଟ ବିଦ୍ୟା ଦାତା -
ତୁମେ ଅଟ ବିଦ୍ୟା ଦାତା -
ଦିଅ ମୋତେ ସଦଜ୍ଞାନ... ll
ଆହେ ପ୍ରଭୁ ଗଜାନନ
ଘେନ ମୋର ନିବେଦନ -
ଆହେ ପ୍ରଭୁ ଗଜାନନ... (ଘୋଷା)
ଅଗ୍ର ପୂଜ୍ୟ ଭଗବାନ
ସର୍ଵ ପ୍ରଥମ ବନ୍ଦନ - (2ଥର )
ବୁଦ୍ଧି ଦାତା ସିଦ୍ଧି ଦାତା -
ବୁଦ୍ଧି ଦାତା ସିଦ୍ଧି ଦାତା -
ସର୍ଵ ବିଘ୍ନ ବିନାଶନ... (ଘୋଷା)ll01ll
ଆହେ ପାର୍ବତୀ ନନ୍ଦନ
ଗଣପତି ଗଜାନନ - (2ଥର )
ତୁମକୁ ମା' ଦ୍ୱାର ଜଗାଇ -
ତୁମକୁ ମା' ଦ୍ୱାର ଜଗାଇ -
ବୋଇଲେ ନ ଛାଡ଼ିବୁ ଧନ... (ଘୋଷା)ll02ll
ସ୍ମଶାନ ବାସି ଠାକୁର
ପ୍ରବେଶ କୈଳାଶ ପୁର - (2ଥର )
ଶିବଙ୍କୁ ଦେଖି ବାଳକ -
ଶିବଙ୍କୁ ଦେଖି ବାଳକ -
ଛାଡିଲେନି ଅନ୍ତଃପୁର... (ଘୋଷା)ll03ll
ଶିବ ବୁଝାଇ କହିଲେ
ପଥ ଛାଡ ହେ ବାଳକ - (2ଥର )
ପଥ ରୋଧନ୍ତେ ବାଳକ -
ପଥ ରୋଧନ୍ତେ ବାଳକ -
ଯୁଦ୍ଧେ ଶିର କଲେ ହତ...(ଘୋଷା)ll04ll
ମହା ଗୌରୀ ସ୍ନାନ ସାରି
ଦେଖି ପୁତ୍ର ଶିର ଛେଦନ - (2ଥର )
ରୋଦନ କରି ବୋଇଲେ -
ରୋଦନ କରି ବୋଇଲେ -
କିଏ କଲା ଏ ନିଧନ.... (ଘୋଷା)ll05ll
ଶିବଙ୍କର ପାଦଧରି
ପାର୍ବତୀ କଲେ ରୋଦନ - (2ଥର )
ଏ ବାଳକ ଆମ୍ଭ ପୁତ୍ର -
ଏ ବାଳକ ଆମ୍ଭ ପୁତ୍ର -
ତୁମେ ଦିଅ ଜୀବଦାନ....(ଘୋଷା)ll06ll
ଶିବ ଦେଲେ ବରଦାନ
ଗଜ ମୁଣ୍ଡ କଲେ ରୋପଣ - (2ଥର )
ସଞ୍ଜିବନୀ ମନ୍ତ୍ର ପଢି -
ସଞ୍ଜିବନୀ ମନ୍ତ୍ର ପଢି -
ଶିବ ଦେଲେ ଜୀବଦାନ... (ଘୋଷା)ll07ll
ବନ୍ଧୁଛି ତଵ ଚରଣ
ମୁଁ ଅଟଇ ମୂଢ଼ ଜନ - (2ଥର )
ବିଦ୍ୟା ବୁଦ୍ଧି ଜ୍ଞାନ ନାହିଁ -
ବିଦ୍ୟା ବୁଦ୍ଧି ଜ୍ଞାନ ନାହିଁ -
ଦିଅ ମୋତେ ଦିବ୍ୟ ଜ୍ଞାନ... (ଘୋଷା)ll08ll
ଆହେ ପ୍ରଭୁ ଗଜାନନ
ଘେନ ମୋର ନିବେଦନ -
ଆହେ ପ୍ରଭୁ ଗଜାନନ...l
ତୁମେ ଅଟ ବିଦ୍ୟା ଦାତା -
ତୁମେ ଅଟ ବିଦ୍ୟା ଦାତା -
ଦିଅ ମୋତେ ସଦଜ୍ଞାନ... llଘୋଷା ll
ଆହେ ପ୍ରଭୁ ଗଜାନନ
ଘେନ ମୋର ନିବେଦନ -
ଆହେ ପ୍ରଭୁ ଗଜାନନ... l
ତୁମେ ଅଟ ବିଦ୍ୟା ଦାତା -
ତୁମେ ଅଟ ବିଦ୍ୟା ଦାତା -
ଦିଅ ମୋତେ ସଦଜ୍ଞାନ...
ଆହେ ପ୍ରଭୁ ଗଜାନନ
ଘେନ ମୋର ନିବେଦନ -
ଆହେ ପ୍ରଭୁ ଗଜାନନ.... llଘୋଷା ll
