ବନ୍ଧୁ ପରି ବନ୍ଧୁ ମୋର ଜଗଦୀଶ୍ଵର
ବନ୍ଧୁ ପରି ବନ୍ଧୁ ମୋର ଜଗଦୀଶ୍ଵର
ବନ୍ଧୁ ପରି ବନ୍ଧୁ ମୋର
ଜଗଦୀଶ୍ଵର,
ବିପଦ ପଡିଲେ ଭୟ
ନାହିଁ ମୋହର - 2ଥର
ଭକତ ଭୋଳିଆ
ହେ କଳାଠାକୁର..
ଭକତ ଭୋଳିଆ
ହେ କଳାଠାକୁର ।
ଭାବରେ ବନ୍ଧା ମୋହର
ଭାବ ଠାକୁର
ବନ୍ଧୁ ପରି ବନ୍ଧୁ ମୋର
ଜଗଦୀଶ୍ଵର,
ବିପଦ ପଡିଲେ ଭୟ
ନାହିଁ ମୋହର ।
ନୀଳାଚଳ ବାସୀ ଆହେ
କଳାଠାକୁର,
ଭାବଗ୍ରାହୀ ତୁମେ ଜାଣ
ଭାବକୁ ମୋର - 2ଥର
ଭାବରେ ବିଭୋର
ସଦା ତତପର
ଭାବରେ ବିଭୋର
ସଦା ତତପର ।
ଭାବରେ ବନ୍ଧା ମୋହର
ଭାବ ଠାକୁର...
ବନ୍ଧୁ ପରି ବନ୍ଧୁ ମୋର
ଜଗଦୀଶ୍ଵର,
ବିପଦ ପଡିଲେ ଭୟ
ନାହିଁ ମୋହର ।
ଘୋର ସଙ୍କଟରୁ ସଦା
ଭକ୍ତ ଙ୍କୁ ତାର,
ଦୁଃଖ ନାଶନ କାରି ହେ
ଦୁଃଖ ନିବାର - 2ଥର
ବିପଦ ପଡିଲେ
ଭୟ ନାହିଁ ମୋର..
ବିପଦ ପଡିଲେ
ଭୟ ନାହିଁ ମୋର ।
ସାଙ୍ଗ ରେ ଅଛନ୍ତି ବନ୍ଧୁ
ଜଗଦୀଶ୍ଵର....
ବନ୍ଧୁ ପରି ବନ୍ଧୁ ମୋର
ଜଗଦୀଶ୍ଵର,
ବିପଦ ପଡିଲେ ଭୟ
ନାହିଁ ମୋହର ।
ସଦା କାଳେ ଭକ୍ତ ଲାଗି
ହେଲ ପାଗଳ,
(ଭକ୍ତ) ବନ୍ଧୁ ମହାନ୍ତି ଙ୍କୁ ଦେଲ
ବ୍ୟଞ୍ଜନ ଥାଳ - 2ଥର
ଭକତ ଙ୍କ ପାଇଁ
ସର୍ବଦା ବ୍ୟାକୁଳ..
ଭକତ ଙ୍କ ପାଇଁ
ସର୍ବଦା ବ୍ୟାକୁଳ ।
ଭକତ ଭାବରେ ବନ୍ଧା
ଭାବ ଠାକୁର
ବନ୍ଧୁ ପରି ବନ୍ଧୁ ମୋର
ଜଗଦୀଶ୍ଵର,
ବିପଦ ପଡିଲେ ଭୟ
ନାହିଁ ମୋହର ।
ଦୋଷ ଥିଲେ ବନ୍ଧୁ ମୋର
ଦୋଷ ନ ଧର,
ତୁମ ଚରଣରେ ମୋର
କୋଟି ଜୁହାର - 2ଥର
ଭକତ ଭୋଳିଆ
ହେ କଳାଠାକୁର
ଭକତ ଭୋଳିଆ
ହେ କଳାଠାକୁର ।
ଭାବରେ ବନ୍ଧା ମୋହର
ଭାବ ଠାକୁର
ବନ୍ଧୁ ପରି ବନ୍ଧୁ ମୋର
ଜଗଦୀଶ୍ଵର,
ବିପଦ ପଡିଲେ ଭୟ
ନାହିଁ ମୋହର ।
ଭକତ ଭୋଳିଆ
ହେ କଳାଠାକୁର..
ଭକତ ଭୋଳିଆ
ହେ କଳାଠାକୁର ।
ଭାବରେ ବନ୍ଧା ମୋହର
ଭାବ ଠାକୁର
ଭାବରେ ବନ୍ଧା ମୋହର
ଭାବ ଠାକୁର
ଭାବରେ ବନ୍ଧା ମୋହର
ଭାବ ଠାକୁର ।
