STORYMIRROR

Bhagaban Otta

Classics Others

4  

Bhagaban Otta

Classics Others

ଗୁରୁ ଦେବାୟ ନମଃ

ଗୁରୁ ଦେବାୟ ନମଃ

1 min
213

ଆହେ ଗୁରୁ ଦେବ

ତୁମେ ତୁମେ ପରଂ ବ୍ରହ୍ମ

ତୁମେ ବ୍ରହ୍ମ୍ଛା ବିଷ୍ଣୁ ଶିବ,


ତୁମରି କରୁଣା

ନ ହୋଇଲେ ପ୍ରଭୁ

ଏ ଜୀବନ ବୃଥା ଯିବ... ll


ମୋ ମନ ମନ୍ଦିରେ

ତୁମେହିଁ ଦେବତା

ନିତି କରୁଥିବି ସେବା,


ତୁମରି ନାମକୁ

ତୁଣ୍ଡେ ଗାଉଥିବି

ଉଡାଇ ବିଜୟ ଧ୍ୱଜା ... ll


ଅଜ୍ଞାନ ତିମିର

ହୋଇଯାଏ ଦୂର

ତୁମେ ପାଶେ ଥିଲେ ମୋର,


ତଵ ଆଶିଷରେ

ଅମୃତ ଝରଇ

ପାନ କରେ ସବୁବେଳେ ... ll


ତୁମ ନାମ ମୋର

ହେବ ଜପାମାଳି

ଜପୁ ଥିବି ରାତ୍ର ଦିନ,


ତୁମେ ମୋର କର୍ତ୍ତା

ତୁମେ ମୋ ଦେବତା

ମୋଜୀବ ଜୀବନ ପ୍ରାଣ ... ll


 ଧୌର୍ଯ୍ୟ ଗୁଣ ତଵ

ସହନ ଶୀଳତା

ଶିଖାଇଛ ପଥେ ମୋର,


ତୁମେ ହିଁ ସବୁରି

ମାର୍ଗ ପ୍ରଦର୍ଶକ

ତୁମେ ହିଁ ସକଳ ଧାର ... ll


ଆଶାର ଦୀପାଳି

ଦେବି ପଦେ ଜାଳି

ହସ୍ତେ ଧରି ଅର୍ଘ୍ୟ ଥାଳି,


ମନର ମନ୍ଦିରେ

ସଦଜ୍ଞାନ ଦିଅହେ

ଏତିକି ମୋହର ଅଳି ... ll


ଗୁରୁ ଶିଷ୍ୟ ମଧ୍ୟେ

ପବିତ୍ର ସମ୍ପର୍କ

ରହି ଅଛି ଶାସ୍ତ୍ର ମତ,


ସୁଖରେ ଦୁଃଖରେ

ପ୍ରତି ମୁହୁର୍ତରେ

ତୁମେହିଁ ଜଗତେ ଶ୍ରେଷ୍ଠ ...ll


ଆହେ ଗୁରୁ ଦେବ

ତୁମେ ତୁମେ ପରଂ ବ୍ରହ୍ମ

ତୁମେ ବ୍ରହ୍ମ୍ଛା ବିଷ୍ଣୁ ଶିବ,

ତୁମରି କରୁଣା

ନ ହୋଇଲେ ପ୍ରଭୁ

ଏ ଜୀବନ ବୃଥା ଯିବ... ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics