STORYMIRROR

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Classics

4  

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Classics

ଶୀତ ଆଗମନେ

ଶୀତ ଆଗମନେ

1 min
400

ଧବଳ ଆକାଶ ସ୍ବଚ୍ଛ ପରିବେଶ

କ୍ଷେତ ହସୁଛି ମୁରୁକି।

ପ୍ରକୃତି ବାସୁଛି ମହୁଆ ମହୁଆ

କେରାକେରା ଧାନ ଧରିକି।।

ଘର ପୁର ନଗର ପାର୍ବଣୀ ପରଶେ

ନାଚୁଛି ଉଲ୍ଲାସିତ ହୋଇ।

ଶୀତୁଆ ପବନ ପଲ୍ଲୀ ଚାଳେ ଖେଳୁଛି

ବହେ ସହରୀ ଛାତ ଛୁଇଁ।।

କୋମଳାଙ୍ଗୀ କାଶତଣ୍ଡୀ ବାଢିଛି ପସରା

ପଠାର ପିଠିରେ ଫୁଲେଇ।

ପକ୍ଷୀ କାକଳିରେ ପଶୁ ପ୍ରମୋଦରେ

ଧରା ଚାଲେ ସୁର ଦେଇ।।

ଶକ୍ତି ଆରାଧନା ଶଙ୍ଖ ମହୂରୀ ଧ୍ବନୀରେ

ମଙ୍ଗଳ ମନାସର ଡାକ।

ଚାଷୀ ଭାଇ ଦେଖି ସୁନା ଫସଲକୁ

ହୋଇ ଯାଉଛି ଭାବୁକ।।

ନଦୀ ନାଳ ପୁଷ୍କରେ କାଚ ପରି ଜଳ

ତୋଷମନା ଦିଶେ ଧରିତ୍ରୀ

ମୁଗ୍ଧ ମୁଖର ଲାଗେ ୟେ ଜୀବ ଭୁବନ

ସନ୍ତୋଷ ଧନ ପ୍ରାପ୍ତ କରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics