STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ତରୁଣ

ତରୁଣ

1 min
201


ତରୁଣ ସୂର୍ଯ୍ୟ ସମାନ ବାଳକ ବାଳିକା ଗଣ

ତୁମେ ନବ ମୁକୁଳିତ କଳି

ଫୁଟିଛ ଧରା ଅଙ୍ଗନେ ବାସ ଚହଟେ ପବନେ

କେତେ ମଧୁ ରସ ହୃଦେ ଭରି ।।


ମଧୁରସ ଭରା କାନ୍ତି ସୁଧୀର ସୁଶୀଳ ମୂର୍ତ୍ତି

ନାନା ରଙ୍ଗେ ହସହସ ମୁଖ

ସୁମନ ସମାନ ମନେ ଲାଗି ସମାଜ କଲ୍ୟାଣେ

ପ୍ରାଣ ପାତେ ନହୁଅ ବିମୁଖ ।।


ଦିବାକର ଜେହ୍ନେ କର ପ୍ରସାରେ ଦୂର ଅନ୍ଧାର

ତେମନ୍ତେ ତୁ କର ମୁହ୍ୟମାନ

ହସି ହସାଅ ସଂସାର ପଥେ ଶାନ୍ତି ପ୍ରଗତିର

ସଇନିକ ସାଜରେ ତରୁଣ ।।


ଜୋଛନା ଭିଜା ରଜନୀ ରୂପା ଚାନ୍ଦେ ତୁ ଚାନ୍ଦିନୀ

ପ୍ରଭାତର ବିମଳ କିରଣ

ଉଦିତ ସୂର୍ଯ୍ୟର ତେଜ ପରାୟ ତୁ ତୋର ଓଜ

ବିସ୍ତାରିତ କରରେ ତରୁଣ ।।


ସୁଗୁଣ ସୁବାସେ ଯଶ ରଖ ମାନ ପଉରୁଷ

ଭାତୃ ଭାବେ ହୁଅରେ ଦୀକ୍ଷିତ

ଅସୀମ ଶକତି ତୋର ଅମୂଲ୍ୟ ମଣି ତୁ ମୋର

ତୁ ମୋ ନୂତନ ତରୁଣ ସୂର୍ଯ୍ୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics