Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4.5  

DILIP KUMAR SAHOO

Classics

କରୋନା ର କୋପ ଓ ରଥଯାତ୍ରା

କରୋନା ର କୋପ ଓ ରଥଯାତ୍ରା

1 min
238



  ହଠାତ୍ ହୋଇଲା ନିଷ୍ପତ୍ତି ହେବ

   ମହାପ୍ରଭୁଙ୍କର ଗୁଣ୍ଡିଚା ଯାତ 

   ଶୂନ୍ୟ ବଡ ଦାଣ୍ଡ ନଥିବେ ଭକ୍ତ

   ଗଡିଗଡି ଯିବ ପ୍ରଭୁଙ୍କ ରଥ 

   ଚର୍ମ ଚକ୍ଷୁ ନୁହେଁ ଦୂରଦର୍ଶନ ରେ

   ମହାପ୍ରଭୁଙ୍କର ଲିଳାକୁ ଦେଖିବ

   ଏସାରା ବିଶ୍ବ ସାରା ଜଗତ । 


   କରୋନା କୋପରେ ଉଛନ ଧରା

     ଆଷାଢ଼ ରେ ଏଣେ ଅସହ୍ୟ ଖରା

    ହାତରେ ସମୟ ଗୋଟିଏ ରାତି

    ସଭିଙ୍କ ମନରେ କରୋଣା ଭିତି ।

    ତଥାପି ଏହାକୁ ଆହ୍ବାନ ମଣି

     ଦୂରଦର୍ଶନର କୁଶଳୀ କର୍ମୀ ,

     ମହାପ୍ରଭୁଙ୍କ ର ନାମକୁ ଗାଇ

    ବିପଦ ମୁହଁ କୁ ଗଲେ ଆଗେଇ ।

     ପ୍ରଭୁଙ୍କର ଲିଳା ହେଲା ପ୍ରସାରଣ

     ଦୂରଦରଶନେ ଦେଲେ ଦରଶନ

     ଜଗତର ନାଥ ଚକାନୟନ ।


      

    ନିଜକୁ ମଣିଲି ମୁଁ ଭାଗ୍ୟବାନ

    ପାଖରୁ ଦେଖିଲି ଚକାନୟନ

    ଦୂରଦର୍ଶନ ରେ ଶୋଷ ବରଷମୋ

    ପ୍ରଭୁଙ୍କ ସେବାରେ ହେଲି ମଗନ ।

    ଅବଶର ନେଲି ଚାକିରୀ ରୁ ମୋର

    ସରୁସରୁ ପରା ମହାପ୍ରଭୁଙ୍କର

    ଗୁଣ୍ଡିଚା ଯାତ ସେ ଲିଳା ଅପାର।


    ଗଡି ନଥିଲେତ ଏବର୍ଷ ରଥ

    ଭାବିଥାନ୍ତି ହେଲା ଜୀବନ ବ୍ୟର୍ଥ ।

    ଅବସର ନେଲି ମୁଁ ରଥ ପରେ

    ଆରବର୍ଷ ବସିଥିବି ମୁଁ ଘରେ ।

   କରିବାକୁ ପରା ପ୍ରଭୁଙ୍କ ସେବା

    ନଥିବ ସୁଯୋଗ ମୁଁ ଯେ ଅଭାଗା !

 

 

    ଏବରଷ ହେଲା ନିଆରା ଯାତ

    ସେବକ ମାନେତ ଟାଣିଲେ ରଥ ।    

    ସ୍ନାନ ପୂର୍ଣ୍ଣିମା ରୁ ସୁନା ବେଶ ତ 

    ନଥିଲା ଗହଳି ନଥିଲେ ଭକ୍ତ ।

    ପ୍ରଭୁଙ୍କୁ ଖୁସିରେ ଦେଖିଲା ନେତ୍ର

    ପୂର୍ଣ୍ଣ ହୋଇଗଲା ଜୀବନ ପାତ୍ର ।


   ରଥପରେ ହେଲା ଷାଠିଏ ବର୍ଷ

   ଚାକିରୀ ଜୀବନ ହୋଲା ମୋ ଶେଷ ।

   ମହାପ୍ରଭୁଙ୍କୁ ମୁଁ ପ୍ରଣାମ କଲି

   ରଥଯାତ୍ରା ପାଇଁ କୃତଜ୍ଞ ହେଲି ।

   କରୁଣାମୟ ତ କରୁଣା କଲେ

   ସେବା ପାଇଁ ଶେଷେ ସୁଯୋଗ ଦେଲେ ।

   


    

     

     

     

      

     


Rate this content
Log in

Similar oriya poem from Classics