Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କଳ୍ପନା ରାୟ

Abstract Classics Inspirational

4  

କଳ୍ପନା ରାୟ

Abstract Classics Inspirational

ମେଘ

ମେଘ

1 min
211



ମେଘରେ ମେଘ

ସଞ୍ଚିବା ଗୁଣ ଯେ ତୋଠାରୁ ଶିଖଵ

ବଢିଯିବ ତାର ସବୁ ସରାଗ

ନେଲାବେଳେ କେବେ ଜାଣୁନା ଭଲମନ୍ଦ

ଦେଲାବେଳେ ଦେଉ ସବୁଠୁ ସ୍ୱଚ୍ଛ ।


ମେଘରେ ମେଘ

ନ ଥାଏ ଯେବେ ଦେହରେ ପାଣି

କେତେ ଶୀଘ୍ର ଚାଲିପାରୁ ତୁ ପୁଣି !

ଆଶ୍ଚର୍ଯ୍ୟଚକିତ ହୁଅଇ ମନ

ତୋ କଳା ଵେଶଟି କେଡେ ଓଜନ ।


ମେଘରେ ମେଘ

ଚାଷୀ ତୋତେ ଖୁସି ମନରେ ଦେଖେ

ତୋର ଆଗମନେ ମୟୁର ନାଚେ

ବିଜୁଳି ପିନ୍ଧାଇ ଆଲୋକ ମାଳ

ଘଡଘଡି ତୋଡ ପରେ ସମ୍ଭାଳି ।


ମେଘରେ ମେଘ

ଜୀବନ ଧରିଛୁ କେଡେ ହରଷେ

ପୃଥିବୀ ତୋ ପାଇଁ ରୂପ ପ୍ରକାଶେ

ତୋ ଜୀବନ ପାଇଁ ଜୀବନ ରହେ

ଜୀବିକା ତୋ ପାଇଁ ଗଗନ ଛୁଏଁ ।


ମେଘରେ ମେଘ

ଆଗମନେ ବାଜେ ବଇଁଶୀ କାହ୍ନୁର

ଚିତ୍ତେ ହଜିଯାଏ ଋଷି କୁମାର

ପାହାଡ଼ ଶିଖରେ ଦେଖି ତୋ ରୂପ

ଭାବାନ୍ତର ହୁଏ ପ୍ରାଣୀ ଅମାପ ।


Rate this content
Log in