STORYMIRROR

କଳ୍ପନା ରାୟ

Abstract Action Inspirational

3  

କଳ୍ପନା ରାୟ

Abstract Action Inspirational

ବୃଦ୍ଧ

ବୃଦ୍ଧ

1 min
228


ବୃଦ୍ଧ !! ସ୍ନେହ ପ୍ରେମର ଗନ୍ତାଘର

ଅନୁଭବ ଅନୁଭୂତି ତୁମ ଅପରମ୍ପାର

ଧୈର୍ଯ୍ୟର ବନ୍ଧ ତୁମେ ସବୁ ଲୋକର

ବୁଦ୍ଧି କଳିପାରିଛିକି କେହି ତୁମର


ହେ ବୃଦ୍ଧ!! କମ୍ ହେବ କୋଟି ଜୁହାର

ଛୋଟ ଛୋଟ ନୁସକା ରେ ଭରପୁର

ଅତି ସହଜରେ ବଡ଼ ଦୋଷ ଦୂରକର

ବୁଦ୍ଧି କଳନା କରିପାରେ କି କେହି ତୁମର


ହେ ବୃଦ୍ଧ !! ତୁମେ ଇ ତ ଭୀଷ୍ମ ପିତାମହ

ତୁମେ ପରା ଲାଙ୍ଗୁଳା ନରସିଂହ ଦେବ

ତୁମ ସରଳମତିରୁ ତୁମେ କଷ୍ଟ ପାଅ

ରୋଗ ଗ୍ରାସେ ତୁମକୁ, ତା ସାଙ୍ଗେ ମୋହ


ହେ ବୃଦ୍ଧ !! ଜୀବନସଂଗ୍ରାମ କର ଅହରହ

କେତେ ପିଲା ବୁଝିପାରନ୍ତିନି ତୁମ କୋହ

ବାଧ୍ୟ ହୋଇ ସନ୍ତାନର କଥା ମାନିଯାଅ

ଆଜି ବି ଅଛନ୍ତି ଶ୍ରବଣ କୁମାର ଭଳି ପୁଅ


ହେ ବୃଦ୍ଧ !! ଧୃତରାଷ୍ଟ୍ର ହୋଇ ବି ସମ୍ମାନ ପାଅ

ବେଳେବେଳେ ଅନୁତାପର ଵହ୍ନିରେ ଜଳୁଥାଅ

ବେଳକେ ସେବା ତୁମେ ଅସମ୍ଭବ ପାଉଥାଅ

କେତେବେଳେ ପୁଣି ଯାଇ ଜରାଶ୍ରମେ ରୁହ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Abstract