STORYMIRROR

କଳ୍ପନା ରାୟ

Inspirational Others Children

3  

କଳ୍ପନା ରାୟ

Inspirational Others Children

ଆକାଶ

ଆକାଶ

1 min
201


 ହେ ଆକାଶ !! କେତେ ଵିସ୍ତୀର୍ଣ୍ଣ ତୁ

ଆମେ ଯୁଆଡେ ଯାଉ ତୁ ସିଆଡେ ଥାଉ

ଊର୍ଣ୍ଣନାଭ ଠୁ ମଣିଷ, ସମସ୍ତଙ୍କର ଛାତ ତୁ ହେଉ

ତଥାପି କାହିଁକି ନାହିଁ ତୋ ଭାଉ


କେତେବେଳେ ଧଳା ଵାଦଲ ଭାସେ

ବେଳକେ କଳାମେଘ ବି ନାଚେ

ବର୍ଷା ଯେବେ ପୁଣି ଉଦଣ୍ଡେ ହସେ

ଆକାଶ ଫଟାଵର୍ଷା କହନ୍ତି ଲୋକେ


ପୃଥିବୀ ଆମର ଯଦିଚ ମାଆ

ତୁ ବାପା ପରି ହୋଇଛୁ ଠିଆ

ଶରତ ଆକାଶ କେତେ ବଢିଆ

ଚିତ୍ରଶିଳ୍ପୀଙ୍କର ତୁ ପା' ସାହା


ତୋ ଉପରେ ସ୍ଵର୍ଗ ଅଛି କି ନାହିଁ

ଏକା ପରା ତୁହି ସାକ୍ଷୀ ତ ଭାଇ

କଳ୍ପନାରେ ରଙ୍ଗୀନ ସାରା ଦୁନିଆଁ

ତୁ ଧୀର ସ୍ଥିର ନୁହେଁ ତ ଛାନିଆ


ଦୂର ଦିଗ୍ ଵଳୟେ ତୁହି ଲାଗିଛୁ

ସ୍ଵପ୍ନ କା'ର କ'ଣ ସତ କରିଛୁ

ତୋତେ ଛୁଇଁବାକୁ ଗଲେ ତୁ ଘୁଞ୍ଚୁ

କରିପାରିବୁ କି ଆମେ ମିଛ କହୁଛୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Inspirational