STORYMIRROR

କଳ୍ପନା ରାୟ

Action Classics Inspirational

3  

କଳ୍ପନା ରାୟ

Action Classics Inspirational

ପାହାଡ

ପାହାଡ

1 min
200

ରେ ପାହାଡ!!

ରେ ପାହାଡ !!

ତୁ ଦୂରରୁ କେତେ ସୁନ୍ଦର !!

କିନ୍ତୁ ପାଖରେ କେତେ ଖଦଡ଼

ତୁ ତ ନଦୀକୁ ଗର୍ଭରେ ଧରିଛୁ

ପୁଣି କେତେ ଜାତି ଗଛଲତା

ଜାତି ଜାତି ଔଷଧୀୟ ବୃକ୍ଷରେ

ସଜେଇ ହେଇଛୁ


ରେ ପାହାଡ !!

କେତେବେଳେ ମାଟିଆ,କଳା ତ

କେତେବେଳେ ସବୁଜରେ ଦିଶୁ ବଢିଆ

କେତେ କେତେ ଗଛଡାଳ ଫଳମୂଳ

ଜଙ୍ଗଲଜାତ ଦ୍ରବ୍ୟ କରୁ ଦିଆନିଆ

ଉପରଟା ଟାଣ ସିନା ଗୁଣରେ ନରମ

କପାଳେ ରହିଛୁ


ରେ ପାହାଡ !!

ତୋ ଦେହରେ କେତେ ମୁନି ଋଷିଙ୍କ

ସ୍ମୃତିକୁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରି

କେତେ ରାଜକୁମାରଙ୍କ ଶିକ୍ଷା ଭୂମି

କ୍ରୀଡାଭୂମି ଆଡ୍ଡାସ୍ଥଳୀ ପାଲଟିଛୁ

କେତେ ସ୍ମୃତି ଵହନକାରୀ ନୁହେଁ ସତେ

କିନ୍ତୁ ଆରାମ କରୁଛୁ


ରେ ପାହାଡ !!

କି ବିଶାଳ ସହନଶକ୍ତି ତୋର କହତ

ବର୍ଷା, ଖରା, ଶୀତ ତୋ ପଥ ଦେଇ

ଧରାଧାମକୁ ଆସେ, ସହି ଯାଉ ତ

ତୋ ଦେହରେ ରାମଠୁ କୃଷ୍ଣଦୈପାୟନ

କୃଷ୍ଣ ଠୁ ଗୋପୀଜନ ସମସ୍ତଙ୍କ ପାଇଁ

ପ୍ରଶସ୍ତ ଜାଗା ରଖିଛୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Action