STORYMIRROR

କଳ୍ପନା ରାୟ

Inspirational

3  

କଳ୍ପନା ରାୟ

Inspirational

ଦୟାପାଇଁ ବ୍ୟଗ୍ର..............

ଦୟାପାଇଁ ବ୍ୟଗ୍ର..............

1 min
206


ଟିକେ ମତେ ନିଅ

କୁଆଡ଼େ ଯିବ ଝିଅ ???

ଗାଁ ନାଁ କହି ପାଖ ପଥରରେ 

ବସିଲା ଭଦ୍ର ମହିଳା 

ଆକୁଳରେ ସମସ୍ତଙ୍କୁ ପଚରିଚାଲିଥାଏ

ଆଖିରେ ଲେଞ୍ଜରା

କସ୍ତା ଶାଢୀ ଖଣ୍ଡେ 

ସଫା ନ ଥିଲେ ବି ମଳିଆ ନୁହେଁ 

ବାଡି ଗୋଟେ ହାତରେ

କଣ ଲୁଗାପଟା ଭର୍ତ୍ତି 

ମଳିଆ ଵ୍ୟାଗଟେ

ଯା'କୁ ଦେଖୁଛି ପଚାରୁଚି

ଧନୁପାଲି ଯିବି ଟିକେ

ଯେଉଁ ଅଟୋ ଆସୁଚି 

ତାକୁ ଟିକିଏ ଅନେଇ ପଳାଉଛି

ଵୁଢୀଟି ବସୁଛି, ପୁଣି ଠିଆ ହୋଇ 

ଡାକୁଛି, ନେଇ ଯା ବାବୁ ମୋତେ 

ବାବୁମାନେ କିନ୍ତୁ ମଳିମୁଣ୍ଡିଆ

ବୁଢୀକୁ ନେବାକୁ ନାରାଜ

ମହିଳାଜଣଙ୍କ କିନ୍ତୁ ବାରମ୍ବାର କହୁଚି

ରୁଅ ମାଉସୀ, ଆମ ବସ ଆସୁ

ତୁମକୁ ଛାଡ଼ି ଦେବୁ

ଵୁଢୀ ଭରସା କରି ପାରୁନି କି

ଅପେକ୍ଷା କରି ପାରୁନି ଜଣାପଡୁନି 

ଅଟୋ ଗୋଟାଏ ଅଟକିଲା

ମଳିଛିଆ ବୁଢୀକୁ ଅନାଇ

ମୁହଁକୁ ଫେଚ୍ କେଇ ପଳାଇଲା 

ମହିଳାଟି କହିଲା ନେଇ ଯା

ଧନୁପାଲିରେ ଛାଡିଦେବ

କଥା ନ ଶୁଣି ଚାଲିଗଲା ଅଟୋ

ତା ଵ୍ୟସ୍ତ ଦେଖି ଵ୍ୟସ୍ତ 

ହେଉଥିଲା ମହିଳାଜଣଙ୍କ 

କିଛି ସମୟ ପରେ ଅଟୋ

ଗୋଟିଏ ରହିଲା, ନେଲା ବି ଵୁଢୀକୁ


ଆଶ୍ଵସ୍ତ ହେଲେ ଭଦ୍ର ମହିଳା 

ଏବେ ଵି ବଞ୍ଚିଛି ମାନସିକତା 

କିଛି ଲୋକଙ୍କ ପାଇଁ ସଂସାର 

ଚାଲିଛି ଭଗବାନଙ୍କ ଦୟାରୁ

ଭାବିଚାଲିଥିଲେ ମହିଳା ଜଣଙ୍କ

ଏମାନେ କଣ ବୁଢାଵୁଢୀ ହେବେନି ???

ସେଦିନ ଵୁଝିଵେ ଆଜିର ଵୁଢୀକୁ

ହଁ ବୁଝିଵେ କଣ ???

ଏ ଅବସ୍ଥାରେ ସାହାଯ୍ୟ କେତେ 

ଆବଶ୍ୟକ ???

ବସ୍ ଆସିଲା, ଗନ୍ତବ୍ୟ ସ୍ଥଳକୁ 

ଯାହାକୁ ଆରମ୍ଭ କଲେ ମହିଳା 

କିନ୍ତୁ ମନରୁ ଲିଭୁ ନ ଥିଲା 

ସେହି ଦୟା ପାଇଁ ଵ୍ୟଗ୍ର

ଥିବା ଵୁଢୀକୁ !!!!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Inspirational