ନାଗରିକ
ନାଗରିକ


ହେ ନାଗରିକ !! ମନେ ଅଛି ତ
ପୂର୍ବପୁରୁଷ ତୁମର ଶ୍ରେଷ୍ଠ ଆଉ ଗର୍ଵ
କାର୍ଯ୍ୟକୁଶଳୀ ପୁଣି ତ୍ୟାଗ ତାଙ୍କ ବହୁତ
କୁଟି ଖାଅ, କାଟି ପିନ୍ଧ ତାଙ୍କରି ବାଣୀ ତ
ସମସ୍ତେ ଥିଲେ ପ୍ରାୟ ଐଶ୍ୱର୍ଯ୍ୟ କୂଳଵନ୍ତ ।
ହେ ନାଗରିକ,ବୃଦ୍ଧଙ୍କ ହାତ ଛାଡିବନି ତ
ଶିଶୁ ଅଟନ୍ତି ଆଗାମୀ ଦିନର ଭବିଷ୍ୟତ
ସେଥିପାଇଁ କାର୍ଯ୍ୟ ନିହାତି ଅଟେ ଉଚିତ
ସତ ସାଙ୍ଗେ ସବୁବେଳେ ବସ ମିତ
ତେବେ ନିଶ୍ଚିନ୍ତ ଜିତିବ ଏ ଜଗତ ।
ହେ ନାଗରିକ, ସେଦିନକୁ ତ ଦେଖିଛ
ଜଣେ ରାଜା ବାରଶ'ଙ୍କୁ କାମ କରାଉଥିଲେ ତ
ପିତୃସତ୍ୟ ପାଳି ରାଜ୍ୟ ଛାଡି
ଥିଲେ ତ
ମାତୃବଚନରେ ପାଞ୍ଚପତି ଗ୍ରହଣକୁ ତ
ମନ୍ଦିରମାଳିନୀ ଦେଶ, ତାଙ୍କ କର୍ମ ଫଳ ତ ।
ହେ ନାଗରିକ !! ଟଙ୍କାକୁ ଦିଅନାହିଁ ମୂଲ୍ୟ ତ
ସଂସ୍କୃତି ସଭ୍ୟତା ପରମ୍ପରାକୁ ବଳି ଦେବନି ତ
ପୂର୍ବପୁରୁଷଙ୍କୁ ଟିକେ ମନେ ପକାଅ ତ
କେତେ କଷ୍ଟ ସହିଥିଲେ ଦେଶପାଇଁ ତ
ସ୍ଵାଧିନଭାରତ ଥିଲା ତାଙ୍କ ଦୃଢ ଚିତ୍ତ ।
ହେ ନାଗରିକ !! ସତ ଥିଲେ ମିଳେ ଭାତ
ସତରେ ଥାଇ ଧୈର୍ଯ୍ୟ ହରାହେଵା ଉଚିତ ନୁହେଁ ତ
ଟଙ୍କା ନେଇ କେବେ ଭୋଟ ଦେବନି ତ
ଫଳପୁଷ୍ପଭରା ସବୁଜ ପୃଥିବୀ ଗଢ଼ିବ ତ
ବୃଦ୍ଧଶିଶୁଙ୍କୁ ଅବହେଳା କରିବନି ତ ।